ଭୁବନେଶ୍ୱର,୧୩/୧(ସତ୍ୟପାଠ ବ୍ୟୁରୋ): ଓଡ଼ିଶା ୟୁନିଭରସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ (ଓୟୁଟିଆର୍)ର ନୂତନ କୂଳପତି ନିଯୁକ୍ତ । ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳଙ୍କ ଓୟୁଟିଆର୍ର ନୂତନ କୂଳପତି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ । ପ୍ରଫେସର ବିଶ୍ୱାଳଙ୍କୁ ଚାରି ବର୍ଷ ପାଇଁ ନିଯୁକ୍ତ ଦେଇଛନ୍ତି ରାଜ୍ୟପାଳ ।
ଖବର ଅନୁଯାୟୀ, ପ୍ରଫେସର ବିଶ୍ୱାଳ ବର୍ତ୍ତମାନ ଇଣ୍ଡିଆନ୍ ଇନ୍ଷ୍ଟୁଚ୍ୟୁଟ୍ ଅଫ ଟେକ୍ନୋଲୋଜି, ମେଘାଳୟରେ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଛନ୍ତି ।ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳଙ୍କ ୩୬ ବର୍ଷରୁ ଅଧିକ ବର୍ଷର ଶିକ୍ଷାଦାନ କରିବାର ଅଭିଜ୍ଞତା ରହିଛି । ସେ ୩ଟି ପୁସ୍ତକ ରଚନା କରିଛନ୍ତି । ୨୪ ପିଏଚ୍ଡି ଏବଂ ୪୫ ପିଜି ଛାତ୍ରଙ୍କୁ ସଫଳତା ପୂର୍ବକ ଗାଇଡ୍ କରିସାରିଛନ୍ତି ।
