ହକି ବିଶ୍ୱକପ୍; ୪-୨ ଗୋଲରେ ୱେଲ୍ସକୁ ହରାଇଲା ଭାରତ, କ୍ରସ୍ ଓଭରରେ ନ୍ୟୁଜିଲାଣ୍ଡ ସହ ମୁକାବିଲା

ଭୁବନେଶ୍ୱର,୨୦/୧(ସତ୍ୟପାଠ ବ୍ୟୁରୋ): ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ୱେଲ୍ସ ବିପକ୍ଷ ମ୍ୟାଚରେ ଭାରତ ବିଜୟୀ ହୋଇଛି । ଏଥିସହ କ୍ରସ୍ ଓଭରରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବ । ଏହି ଚିତ୍ତାକର୍ଷକ ମ୍ୟାଚରେ ୪-୨ ଗୋଲରେ ଭାରତ ବିଜୟୀ ହୋଇଛି । ଦଳ ପକ୍ଷରୁ ଆକାଶଦୀପ ସିଂ ୨ଟି ଗୋଲ୍ ଦେଇଥିବା ବେଳେ ଶମଶେର ସିଂ ଓ ହରମନପ୍ରୀତ ସିଂ ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ ।

ପ୍ରଥମ କ୍ୱାର୍ଟରରେ ୨ଟି ପେନାଲ୍ଟି କର୍ଣ୍ଣର ପାଇଥିଲେ ବି ଗୋଲରେ ପରିବର୍ତ୍ତନ କରି ପାରି ନଥିଲା । ଉଭୟ ଦଳ କୌଣସି ଗୋଲ୍ କରି ପାରି ନଥିଲା। ଦ୍ୱିତୀୟ କ୍ୱାର୍ଟରରେ ଆକାଶଦୀପ ଗୋଟିଏ ଗୋଲ୍ ଦେବା ସହ ଭାରତ ୧-୦ରେ ଆଗୁଆ ରହିଥିଲା ।

ତୃତୀୟ କ୍ୱାର୍ଟରରେ ୱେଲ୍ସ ୨ଟି ଗୋଲ୍ କରିଥିବା ବେଳେ ଭାରତ ଗୋଟିଏ ଗୋଲ୍ ଦେଇ ୨-୨ରେ ସମାନ ସ୍ଥିତିରେ ରହିଥିଲା । ସମୟ ସରିବା ଦର୍ଶକଙ୍କ ଉତ୍କଣ୍ଠା ବଢ଼ୁଥିଲା । ଶେଷ ଅର୍ଥାତ୍ ଚତୁର୍ଥ କ୍ୱାର୍ଟରରେ ଭାରତୀୟ ଦଳ ୨ଟି ଗୋଲ୍ ଦେଇ ମ୍ୟାଚ୍ ବିଜୟୀ ହୋଇଥିଲା ।

ପୁଲ୍ ଡିରେ ଥିବା ଭାରତ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ସ୍ପେନ୍ ତୃତୀୟ ସ୍ଥାନରେ ରହିଛି । ୭ ପଏଣ୍ଟ ସହ ଟେବୁଲର ପ୍ରଥମ ସ୍ଥାନରେ ଥିବା ଇଂଲଣ୍ଡ ସିଧାସଳଖ କ୍ୱାର୍ଟର ଫାଇନାଲ୍ ଖେଳିବ । ସେହିଭଳି କ୍ରସ୍ ଓଭରରେ ଭାରତ-ନ୍ୟୁଜିଲାଣ୍ଡକୁ ଭେଟିବ । ଇଂଲଣ୍ଡ ଓ ଭାରତ ୩ଟି ଲେଖାଏ ମ୍ୟାଚ୍ ଖେଳି ୭ ପଏଣ୍ଟ ଲେଖାଏ ପାଇଛନ୍ତି ।

ଚଳିତ ବିଶ୍ୱକପର ୪ଟି ପୁଲ୍ ମଧ୍ୟରେ ଥିବା ଦଳ ମଧ୍ୟରୁ ଶକ୍ତିଶାଳୀ ହେଉଛି ପୁଲ୍ ସିରେ ଥିବା ନେଦରଲାଣ୍ଡ୍ସ । ଖେଳା ଯାଇଥିବା ୩ଟି ମ୍ୟାଚ୍ ଜିତି ନେଦରଲ୍ୟାଣ୍ଡ୍ସ ୯ ପଏଣ୍ଟ ପାଇଥିବା ବେଳେ ମାଲେସିଆ ୨ଟି ମ୍ଯାଚ୍ ଜିତି ୬ ପଏଣ୍ଟ ପାଇଛି ।

Related Posts