ନାବାଳିକାଙ୍କ ହାତ ଧରି ପକାଇବାର ଅର୍ଥ ଯୌନ ଉତ୍ପୀଡ଼ିନ କରିବା ନୁହେଁ : ପୋକ୍ସ କୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୌଣସି ନାବାଳିକାଙ୍କ ହାତ ଧରିବା କିମ୍ବା ପ୍ରେମ ନିବେଦନ କରିବା ଅର୍ଥ ଯୌନ ଉତ୍ପୀଡ଼ିନ କରିବା ନୁହେଁ। ଏମିତି ଏକ ରାୟ ଦେଇଛନ୍ତି ମୁମ୍ବାଇର ପୋକ୍ସ କୋର୍ଟ।

ସୂଚନା ମୁତାବକ ଘଟଣା ହେଉଛି ୨୦୧୭ ମସିହାର, ଜଣେ ଯୁବକ ଜଣେ ନାବାଳିକାଙ୍କୁ ପ୍ରେମ ନିବେଦନ କରିଥିଲେ। ଏହି ଘଟଣା ସମ୍ପର୍କରେ ଘରଲୋକେ ଜାଣିବା ପରର ଯୁବକଙ୍କ ନାଁ ରେ ନାବାଳିକାଙ୍କ ପରିବାର ଲୋକେ ଥାନାରେ ମାମଲା ରୁଜୁ କରିଥିଲେ। କୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ ହାତ ଧରିବା କିମ୍ବା ପ୍ରେମ ନିବେଦନ କରିବା ଅର୍ଥ ଯୌନ ଉତ୍ପୀଡ଼ିନ କରିବା ନୁହେଁ।ଏହି ମାମଲାରେ ୨୮ ବର୍ଷୀୟ ଯୁବକଙ୍କୁ ନିର୍ଦ୍ଦୋଶରେ ଖଲାସ ମଧ୍ୟ କରିଛନ୍ତି।

ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ, ଅଦାଲତକୁ ଏମିତି କୌଣସି ପ୍ରମାଣ ମିଳିନାହିଁ ଯେଉଁଥିରେ ମାମଲା ଦାୟର କରିଥିବା ବ୍ୟକ୍ତିଙ୍କ ଉପରେ ଯୌନ ଉତ୍ପୀଡ଼ିନ କରାଯାଇଛି। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଏମିତି କୌଣସି ପ୍ରମାଣ ମିଳୁନାହିଁ ଯେଉଁଥିରେ କି ଅପରାଧୀ ଜଣକ ଲଗାତର ଭାବରେ ନାବାଳିକାଙ୍କ ପିଛା କରିଥିଲେ କିମ୍ବା ଏକ ଶୂନଶାନ୍‌ ସ୍ଥାନକୁ ନେଇଯାଇଥିଲେ।

ତେଣୁ ଜଣେ ପ୍ରେମ ନିବେଦନ କରିବା କିମ୍ବା ହାତକୁ ଧରିପକାଇଲେ ତାହାକୁ ଯୌନ ଉତ୍ପୀଡ଼ିନ କୁହାଯିବ ନାହିଁ । ଏହା ପୂର୍ବରୁ ବମ୍ବେ ହାଇକୋର୍ଟ ଜଣେ ୫ ବର୍ଷର ବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୋକ୍ସ ଆକ୍ଟର ଧାରା ୮ ଏବଂ ୧୦ ଅନୁଯାୟୀ ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଦଣ୍ଡକୁ ରଦ୍ଦ କରିଦେଇଥିଲେ।

ପ୍ରକାଶ ଥାଉକି ପ୍ରୋଟେକ୍ସନ ଅଫ୍‌ ଚିଲ୍‌ଡ୍ରେନ୍‌ ଫ୍ରୋମ୍ ସେକ୍ସସୁଆଲ୍‌ ଅଫେନ୍ସ ଆକ୍ଟକୁ ପୋକସ୍ କୁହାଯାଏ। ଏହି ଆକ୍ଟ ଆଧାରରେ ନାବାଳିକାଙ୍କ ଉପରେ ହେଉଥିବା ଯୌନ ଉତ୍ପୀଡ଼ିତ ମାମଲାର ଶୁଣାଣି ହୋଇଥାଏ। ୨୦୧୨ ମସିହାରେ ଏହି ଆଇନର ବ୍ୟବସ୍ଥା କରାଯାଇଥିଲା। ୨୦୧୮ ମସିହାରେ ସରକାର ଏହି ଆଇନରେ ସଂଶୋଧନ ମଧ୍ୟ କରିଥିଲେ।

Related Posts