ହଲିଉଡ ସୁପରଷ୍ଟାର ଓ୍ଵିଲ ସ୍ମିଥଙ୍କ କ୍ରିସ୍ ରକଙ୍କୁ ଚାପୁଡ଼ା ମାରିବା ଘଟଣା: କହିଲେ-ମୋ ଭୁଲ୍‌ କ୍ଷମା ଯୋଗ୍ୟ ନୁହେଁ

ନୂଆଦିଲ୍ଳୀ: ହଲିଉଡ ସୁପରଷ୍ଟାର ଓ୍ଵିଲ ସ୍ମିଥ ଓସ୍କାର ପାଇଁ ହୋଷ୍ଟ କରୁଥିବା କ୍ରିସ୍ ରକଙ୍କୁ ଚାପୁଡ଼ା ମାରିବା ଘଟଣା ଏବେ ବେଶ ଚର୍ଚାରେ ଥିବା ବେଳେ, ଏହି ଘଟଣାକୁ ନେଇ ସେ ଏକାଡେମୀ ପଦରୁ ଇସ୍ତଫା ଦେଇଛନ୍ତି । ଏହା ସହିତ ଏକାଡେମୀ ଦ୍ୱାରା ଦିଆଯାଇଥିବା କୌଣସି ବି ଦଣ୍ଡକୁ ସ୍ୱୀକାର କରିବେ ବୋଲି ମଧ୍ୟ କହିଛନ୍ତି। ନିଜ ଭୁଲ ବୋଲି କ୍ଷମା ଯୋଗ୍ୟ ନୁହେଁ ବୋଲି ମଧ୍ୟ କହିଛନ୍ତି।

ସୂଚନାଯୋଗ୍ୟ,ଓସ୍କାର ପାଇଁ ହୋଷ୍ଟ କରୁଥିବା କ୍ରିସ୍ ରକ ସ୍ମିଥଙ୍କ ପତ୍ନୀଙ୍କୁ ମଜାଳିଆ କମେଣ୍ଟ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ସ୍ମିଥ | ଏନେଇ ସେ ନିଜ ସିଟରୁ ଉଠିଯାଇ ହୋଷ୍ଟ କରୁଥିବା ରକଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ । ଯାହାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ପରେ ତାଙ୍କୁ ଏନେଇ ଏକାଡେମୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା | ତେବେ ସେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ସୋସିଆଲ ମିଡିଆରେ ମଧ୍ୟ ଭୁଲ୍‌ ମାଗିସାରିଛନ୍ତି |

ତେବେ ସ୍ମିଥଙ୍କ କହିବାନୁଯାୟୀ, ମୁଁ ଏକାଡେମୀର ବିଶ୍ୱାସ ଭାଙ୍ଗିଛି। ମୁଁ ବାକି ନୋମିନେଡେଟ୍‌ ହୋଇଥିବା ଲୋକ ଏବଂ ବିଜେତାଙ୍କ ଖୁସିରେ ମଧ୍ୟ ବାଧକ ସାଜିଛି। ସେମାନଙ୍କୁ ସେଲିବ୍ରେସନ କରିବାର ସୁଯୋଗ ଦେଇନି। ଏଥିପାଇଁ ମୋ ଭୁଲ କ୍ଷମା ଯୋଗ୍ୟ ନୁହେଁ। ତେବେ ସ୍ମିଥଙ୍କ ଇସ୍ତଫାକୁ ଫିଲ୍ମ ଏକାଡେମୀର ଅଧ୍ୟକ୍ଷ ଡେଭିଡ ରୁବିନ ସ୍ୱୀକାର କରି ନେଇଛନ୍ତି। ନିକଟରେ ମାଡ ମରା ଘଟଣାକୁ ନେଇ ତାଙ୍କ ପତ୍ନୀ ଜେଡ୍‌ ପିଙ୍କେଟ୍‌ ସ୍ମିଥ ମୁହଁ ଖୋଲିଥିଲେ । ସେ କହିଥିଲେ ଯେ, ଏବେ କଟା ଘା’ ଋତୁରେ ମଲମ ଲଗାଇବାର ସମୟ ଆସିଛି, ଆଉ ଏଥିପାଇଁ ମୁଁ ଅଛି।

Related Posts