ପାକିସ୍ତାନର ରାଜଧାନୀ ଇସଲାମାବାଦରେ ୧୪୪ ଧାରା ଜାରି

ପାକିସ୍ତାନ: ଆଜିବି ପାକିସ୍ତାନ ଭବିଷ୍ୟତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ପାଇଁ ଆଜି ପରୀକ୍ଷାର ଦିନ | ସେ ଗଦ୍ଦିରେ ରହିବେ ନା ଛାଡ଼ିବେ ଏନେଇ ଆଜି ଆସିବ ନିଷ୍ପତି | ପାକିସ୍ତାନ ସଂସଦରେ ଦେଶର ବଜିର- ଏ- ଆଜମଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ହେବ । ଦଳ ନିଜ ଷ୍ଟାଣ୍ଡରେ ପରିବର୍ତ୍ତନ କରି ରବିବାର ଭୋଟିଂରେ ଭାଗନେବାକୁ ଘୋଷଣା କରିଦେଇଛି । ଇମ୍ରାନଙ୍କ ଘୋଷଣା ପରେ କେବଳ ସଂସଦ ନୁହେଁ ସଂସଦ ବାହାରେ ବି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ପାକିସ୍ତାନର ରାଜଧାନୀ ଇସଲାମାବାଦରେ ୧୪୪ ଧାରା ଜାରି କରାଯାଇଛି । ଯାହା ଆସନ୍ତା ୨ ମାସ ପର୍ଯ୍ୟନ୍ତ ଅର୍ଥାତ୍ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଲାଗୁ କରାଯିବ । ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ଦିନ ଅର୍ଥାତ୍ ୩ ଏପ୍ରିଲରେ ମେଟ୍ରୋ ବସ୍ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସଂସଦ ସମେତ ପ୍ରମୁଖ ବିଲଡିଂ ଥିବା ଅଞ୍ଚଳକୁ ରେଡ୍ ଜୋନ୍ ଘୋଷଣା କରି ଘେରାବନ୍ଦୀ କରି ରଖାଯାଇଛି । ସେହି ବାଟରେ ଯାଇଥିବା ରାସ୍ତାରେ କଣ୍ଟେନର ରଖିଦିଆଯାଇଛି । ସାଧାରଣ ଜନତାଙ୍କ ପାଇଁ ଏସବୁ ରାସ୍ତାକୁ ବନ୍ଦ କରି ଦିଆଯାଇଛି ।

ସେପଟେ ଆଜି ନିଜ ଗାଦି ବଞ୍ଚାଇବା ପାଇଁ ଲଢ଼ିବେ ଇମ୍ରାନ | ଶେଷ ବଲ୍‌ରେ କ’ଣ କରିବେ ଇମ୍ରାନ? ଆଉଟ୍‌ ହେବେ ନା ମାରିବେ ଛକା। ତା’ ଉପରେ ଆଜି ହେବ ଫାଇନାଲ ଫଇସଲା। ଆଜି ପାକିସ୍ତାନ ପାର୍ଲାମେଣ୍ଟରେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ ପଡିବ। ଏହା ପୂର୍ବରୁ ପାକିସ୍ତାନ ରାଜନୀତି ସରଗରମ ହୋଇପଡିଛି । ବିରୋଧୀ ଏକ ହେଇଥିବାରୁ କ୍ଷମତା ଦଖଲ କରିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଛନ୍ତି, ସେ ଇସ୍ତଫା ଦେବେ ନାହିଁ ।

ଅନ୍ୟପଟେ ଅନାସ୍ଥା ଭୋଟ୍ ପୂର୍ବରୁ ଇମ୍ରାନ ସରକାର ଭାଙ୍ଗିଦେବାକୁ ଚିନ୍ତା କରିପାରନ୍ତି । କାରଣ ପାକିସ୍ଥାନର ଶାସକ ଦଳ ପିଟିଆଇ ଶିଘ୍ର ନିର୍ବାଚନ କରିବା ଲକ୍ଷରେ ଅଛି । ଯଦି ଆନାସ୍ଥା ପ୍ରସ୍ଥାବ ପାରିତ ହୁଏ ତେବେ ପାକିସ୍ଥାନରେ ଖୁବିଶୀଘ୍ର ନିର୍ବାଚନ ହୋଇପାରେ ବୋଲି ସ୍ଥାନୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।

Related Posts