ଲଣ୍ଡନରେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଉପରକୁ ଆକ୍ରମଣ

ଲଣ୍ଡନରେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଉପରକୁ ଆକ୍ରମଣ ହୋଇଛି | ପାକିସ୍ତାନରେ ଚାଲିଥିବା ରାଜନୈତି ଅସ୍ଥିରତା ମଧ୍ୟରେ ନୱାଜ ସରିଫଙ୍କ ଉପରକୁ ଆକ୍ରମଣ ଘଟଣାକୁ ନେଇ ଜୋର ଧରିଲା ରାଜନୀତି | ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଦଳ ପିଟିଆଇର ଜଣେ ସମର୍ଥକ ନୱାଜ ସରିଫ୍‌ଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି। ନୱାଜ ଶରିଫଙ୍କ ଉପରେ ଆକ୍ରମଣ ନେଇ ଜଣେ ପାକିସ୍ତାନୀ ସାମ୍ବାଦିକ ସୂଚନା ଦେଇଛନ୍ତି। କୁହାଯାଉଛି ଯେ, ଏହି ଆକ୍ରମଣରେ ନୱାଜ ଶରିଫଙ୍କ ଜଣେ ଦେହରକ୍ଷୀ ମଧ୍ୟ ଆହତ ହୋଇଛନ୍ତି। ଫେକ୍ଟ ଫୋକସ ନାଁରେ ଏକ ଡିଜିଟାଲ ମିଡିଆ ପ୍ଲାଟଫର୍ମ ପକ୍ଷରୁ କୁହାଯାଇଛି ଯେ, ଲଣ୍ଡନରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଉପରେ ଆକ୍ରମଣ ହୋଇଛି। ପାକିସ୍ତାନରେ ପିଟିଆଇ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଶାରିରୀକ ହିଂସାକୁ ସହଜରେ ଗ୍ରହଣ କରାନଯିବା ଦରକାର। ପିଟିଆଇ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଏକ ଉଦାହରଣ ସୃଷ୍ଟି କରାଯିବା ଦରକାର ବୋଲି ମଧ୍ୟ କୁହାଯାଇଛି।

ନୂରାନୀ ଟ୍ୱିଟ୍ କରି କହିଛନ୍ତି ଯେ ନୱାଜ ସରିଫଙ୍କୁ ପିଟିଆଇ(ପାକିସ୍ତାନ ତେହରୀକ-ଇ-ଇନସାଫ)ର ଜଣେ ସମର୍ଥକ ଆକ୍ରମଣ କରିଛନ୍ତି। ଏଥିରେ ସରିଫଙ୍କ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ବିରୋଧରେ ପାକ ସଂସଦରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟିଂ ହେବ। ହେଲେ ତା ପୂର୍ବରୁ ନୱାଜଙ୍କ ଉପରେ ଆକ୍ରମଣ କରିଛନ୍ତି ପିଟିଆଇ କର୍ମକର୍ତ୍ତା।

ଯଦି ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ସଫଳ ହେଲା ତେବେ ନୱାଜ ସରିଫଙ୍କ ଭାଇ ତଥା ପାକିସ୍ତାନ ମୁସ୍ଲିମ ଲିଗ୍‌(ଏନ୍‌)ର ନେତା ସେହବାଜ ସରିଫ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରଥମ ବିକଳ୍ପ ହେବେ। ଏଥିପାଇଁ ସରଫି ପରିବାର ବିରୋଧରେ ପିଟିଆଇର ଅସନ୍ତୋଷ ରହିଛି।

ତେବେ ବାପା ନୱାଜ ସରିଫଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ତାଙ୍କ ଝିଅ ମରିୟମ। ଶାସକ ଦଳର ଯେଉଁମାନେ ହିଂସା ଘଟାଉଛନ୍ତି ସେମାନଙ୍କୁ ଜେଲ୍‌ରେ ବନ୍ଦୀ କରିଦେବା ଉଚିତ। ଖୋଜ୍ ଇମ୍ରାନ ଖାନ୍‌ଙ୍କୁ ହିଂସା ଉକ୍‌ସାଇବା ଦେଶଦ୍ରୋହ ଅଭିଯୋଗରେ ଜେଲ ପଠାଇବା ଉଚିତ ବୋଲି ମରିୟମ ନୱାଜ ସରିଫ କହିଛନ୍ତି।

Related Posts