ଟ୍ରାଇଡେଣ୍ଟ ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ଆବାସିକ ସୋସାଇଟି ଗଠନ ନେଇ ବିଲଡର ବିରୋଧରେ ଘରମାଲିକଙ୍କ ବିକ୍ଷୋଭ

ଭୁବନେଶ୍ୱର,୨୬/୫(ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱର ଟ୍ରାଇଡେଣ୍ଟ ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ଆବାସିକ ସୋସାଇଟି ଗଠନ ନେଇ ପ୍ରବଳ ଜନ ଅସନ୍ତୋଷ ଦେଖା ଦେଇଛି। ଆପାର୍ଟମେଣ୍ଟରେ ଆବାସିକ ସୋସାଇଟି ଗଠନ ନେଇ ଘରମାଲିକମାନେ ବିଲଡର ବିରୋଧରେ ବିକ୍ଷୋଭ କରିଛନ୍ତି।

ସୂଚନା ଅନୁଯାୟୀ, ଓଡିଶା ଆପାର୍ଟମେଣ୍ଟ ଆଇନ 2023 ଅନୁସାରେ ପ୍ରତେକ ଆପାର୍ଟମେଣ୍ଟରେ ଗୋଟିଏ ଆବାସିକ ସୋସାଇଟି ରହିବାର ବ୍ୟବସ୍ଥା ଅଛି। ଏହି ଆଇନରେ ଅନୁସୂଚିତ ଅଛି ଯେ, ଯଦି ଏହି ଆଇନ ଆସିବା ପୂର୍ବରୁ କୌଣସି ଆପାର୍ଟମେଣ୍ଟରେ ପୂର୍ବର କୌଣସି ଆଇନ ଅନୁଯାଇ କିମ୍ବା ଓଡିଶା ରେଜିଷ୍ଟ୍ରସନ ଆଇନ 1860 ଅନୁଯାଇ ଅନୁବନ୍ଧିତ କୌଣସି ଆବାସିକ ଆସୋସିଏସନ କାର୍ଯ୍ୟକାରୀ ଥାଏ, ତାହେଲେ କେବଳ ନୂଆ ଆଇନର ବାଇ ଲ’ ଗ୍ରହଣ କରି ଫର୍ମ ‘C’ ରେ ଆବେଦନ କଲେ, Competent Authority ତାହା ଗ୍ରହଣ କରି ଆସୋସିଏସନ ଅଫ ଆଲୋଟିଶର ମାନ୍ୟତା ଦେବା କଥା।

ସେହି କ୍ରମରେ ଭୁବନେଶ୍ୱର ଟ୍ରାଇଡେଣ୍ଟ ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ Trident Galaxy Residents Welfare Association (TGRWA) ନାମରେ ଏକ ପଂଜିକୃତ ଆବାସିକ ସଂଘ ଅଛି। କିନ୍ତୁ ବିଲଡର ସଂସ୍ଥା ଏହି ଆବାସିକ ସଙ୍ଘକୁ ମେଣ୍ଟାନାନ୍ସ ହସ୍ଥାନ୍ତର ନକରି ତାକୁ ସୁହାଉ ଥିବା ଆଉ ଏକ ଆବାସିକ ସଙ୍ଘ ଗଠନ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି ଆଜି TGRWAର 500 ଘରମାଲିକ ମିଳିତ ହୋଇ ପ୍ରତିବାଦ ଏବଂ ରାଲି କରି ବିଲଡର ବିରୋଧରେ ଆନ୍ଦୋଳନ କରିଥିଲେ।

ସେପଟେ ବିଲଡର ପ୍ରୋଜେକଟ ଅନ୍ତର୍ଭୁକ୍ତ ବହୁତ ପ୍ଲଟକୁ ବାଉଣ୍ଡ୍ରି ବାହାରେ ରଖି ତାର ଅନ୍ୟ ପ୍ରୋଜେକ୍ଟରେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଏମିତିକି ବେଆଇନ ଭାବେ ଭୁତଳ ଜଳ ବ୍ୟବହାର କରି କୋଟି କୋଟି ଟଙ୍କାର ରାଜସ୍ୱ ଫାଂକିଥିବା ମଧ୍ୟ ଅଭିଯୋଗ ହୋଇଛି। ପରିବେଶ ଏବଂ ଫାୟାର ଲାଇସେନ୍ସରେ ବହୁ ଅନିମୟତା ଅଭିଯୋଗ ହେଈ ଆସୁଥିଲେବି ବିଲଡର କର୍ଣ୍ଣପାତ କରୁନଥିବା ଘର ମାଲିକମାନେ କହିଛନ୍ତି। ଏ ସବୁ ଅଭିଯୋଗ ନେଇ ଆଜି ଆବାସିକ ସଂଘ ତରଫରୁ ଆନ୍ଦୋଳନ କରାଯାଇଛି ଏବଂ ଆଗାମୀ ଦିନରେ ବିଲଡରନ ଶୁଣିଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି TGRWA ର କର୍ମକର୍ତ୍ତାମାନେ ଚେତାଇ ଦେଇଛନ୍ତି।

Related Posts