ପ୍ରକାଶ ପାଇଲା ଦ୍ବାଦଶ ପରୀକ୍ଷା ଫଳ

ଭୁବନେଶ୍ୱର,୨୬/୫(ସତ୍ୟପାଠ ବ୍ୟୁରୋ):  ପ୍ରକାଶ ପାଇଲା ଦ୍ବାଦଶ ପରୀକ୍ଷା ଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ପରୀକ୍ଷା ଫଳ ଆଜି ଅପରାହ୍ନ ୩ ଟାରେ ପ୍ରକାଶ ପାଇଛି। ଏକ ସଙ୍ଗେ ବାହାରିଲା କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାର ଫଳାଫଳ ପ୍ରକାଶ ହୋଇଛି । ଛାତ୍ରଛାତ୍ରୀମାନେ www.orissaresults.nic.inରେ ରେଜଲ୍ଟ ଦେଖିପାରିବେ। କଳାରେ ୮୦.୯୫ ପ୍ରତିଶତ, ବିଜ୍ଞାନରେ ୮୬.୯୩ ପ୍ରତିଶତ ଅନ ବାଣିଜ୍ୟରେ ୮୨.୨୭ ପ୍ରତିଶତ ରହିଛି ପାସ୍‌ ହାର ।

 ଗତ ଫେବୃଆାରୀ ୧୬ରୁ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଯୁକ୍ତ ୨ ପରୀକ୍ଷା ହୋଇଥିଲା । ଚଳିତ ବର୍ଷ ୩ ଲକ୍ଷ ୮୬ହଜାର ୨୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ସେଥିମଧ୍ୟରୁ କଳାରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନରେ ୧ଲକ୍ଷ ୧୬ ହଜାର ୬୨୦, ବାଣିଜ୍ଯ ରେ ୨୬ ହଜାର ୮୯ ଜଣ ଓ ଧନ୍ଦାମୂଳକରେ ୫ ହଜାର ୭୯୧ ଜଣ ପରୀକ୍ଷାର୍ଥୀ ଦେଇଥିବା ସୁଚନା ରହିଛି ।

Related Posts