ପଞ୍ଜାବରେ କଂଗ୍ରେସର ପରାଜୟ ପାଇଁ ନିଜର ନେତା ତଥା ସହଯୋଗୀ ଦଳମାନଙ୍କୁ ଦାୟୀ କଲେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡ଼ଗେ

ନୂଆଦିଲ୍ଲୀ: କଂଗ୍ରେସ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ଶୋଚନୀୟ ​​ପରାଜୟ ହାସଲ କରିଚି । ଏନେଇ ନିଜ ଦଳ ଓ ସହଯୋଗୀଙ୍କୁ ଦାୟୀ କରିଚନ୍ତି କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡ଼ଗେ। ସେ କହିଛନ୍ତି କଂଗ୍ରେସ ଦଳର ନେତାମାନେ ପଞ୍ଜାବରେ ସମସ୍ୟା ସୃଷ୍ଟି କରିଥିଲେ । ୨୦୨୨ ନିର୍ବାଚନରେ ​​କଂଗ୍ରେସ ପଞ୍ଜାବରେ ପରାସ୍ତ ହୋଇଥିଲା ଏବଂ ଗୋଆରେ କଂଗ୍ରେସ ସରକାରକୁ ଫେରିପାରିନଥିଲା | ତେବେ ଏକ ସାକ୍ଷାତକାରରେ ଖଡ଼ଗେ କହିଛନ୍ତି ଯେ ଆମେ ହୁଏତ ନିର୍ବାଚନରେ ​​ହାରିଯାଇଛୁ କିନ୍ତୁ ଆମେ ଆମର ଅସ୍ତିତ୍ବ ହରାଇନାହୁଁ |

ପଞ୍ଜାବରେ ପରାଜୟ ସମ୍ପର୍କରେ ସେ କହିଛନ୍ତି ଯେ ଆମ ଦଳର ଲୋକମାନେ ସମସ୍ୟା ସୃଷ୍ଟି କରିଥିଲେ । ଆଉ ନିଜ ଦଳର ଲୋକଙ୍କ ପାଇଁ ହାରିବାକୁ ପଡିଲା ବୋଲି ସିଏ କହିଛନ୍ତି | ଅନ୍ୟପଟେ ଗୋଆର ପରାଜୟ ପାଇଁ ସେ ସହଯୋଗୀ ଦଳମାନଙ୍କୁ ଦାୟୀ କରିଛନ୍ତି | ଖଡ଼ଗେ କହିଛନ୍ତି ଯେ ରାଜ୍ୟର ତଥାକଥିତ ଧର୍ମନିରପେକ୍ଷ ଦଳ ଆମର ଭୋଟ୍ ନଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଲୋକମାନେ ପଚାରୁଛନ୍ତି ଯେ ଆମେ କାହିଁକି ଅନ୍ୟ ଦଳଙ୍କୁ ସାଥିରେ ନେଇ ନିର୍ବାଚନ ଲଢ଼ିନଥିଲୁ |

ବାସ୍ତବରେ ଯେତେବେଳେ ଆମେ ଏହି ଦଳମାନଙ୍କୁ ସୁଯୋଗ ଦେଇଥାଉ, ସେମାନେ ଆମ ସ୍ଥାନ ନେଇଥା’ନ୍ତି | ସେ କହିଛନ୍ତି ଯେ ବିଜେପିକୁ ଦୁର୍ବଳ କରିବା ପରିବର୍ତ୍ତେ ସେମାନେ ପ୍ରକୃତରେ ଆମର ଭୋଟକୁ ନିଜ ଆଡକୁ ନେଇଥାନ୍ତି |

Related Posts