କେଉଁ ରାଜ୍ୟର ଲୋକ କେତେ ବିଜୁଳି ଖର୍ଚ୍ଚ କରନ୍ତି ?

ଭୁବନେଶ୍ୱର,୨୦/୧(ସତ୍ୟପାଠ ବ୍ୟୁରୋ): ଆଜିର ଦିନରେ ଆମ ଦୈନଦିନ ଜୀବନରେ ଆମେ ସମସ୍ତେ ବିଜୁଳି ଉପରେ ନିର୍ଭରଶୀଳ। ଆମେ ନିଜ ନିଜ ଘରେ ବିଜୁଳି ଖର୍ଚ୍ଚ କରିଥାଉ ଓ ଖର୍ଚ୍ଚ ଅନୁସାରେ ଏହାର ବିଲ ମଧ୍ୟ ପୈଠ କରିଥାଉ। ତେବେ ଆପଣ ଜାଣନ୍ତି କି ଆମ ଦେଶର କେଉଁ ରାଜ୍ୟର ଲୋକ କେତେ ବିଜୁଳି ଖର୍ଚ୍ଚ କରିଥାନ୍ତି ? କେଉଁ ରାଜ୍ୟ ସବୁଠୁ ଅଧିକ ଓ କେଉଁ ରାଜ୍ୟ ସବୁଠାରୁ କମ୍ ବିଜୁଳି ଖର୍ଚ୍ଚ କରେ ? ତେବେ ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ଅଥିରିଟି ର ୱେବସାଇଟ ରୁ ମିଳିଥିବା ତଥ୍ୟ ଅନୁସାରେ। ଆମଦେଶରେ ଲୋକମାନେ ପ୍ରତିମାସରେ ହାରାହାରି ୮୯ ୟୁନିଟ ବିଜୁଳି ଖର୍ଚ୍ଚ କରିଥାନ୍ତି। ତେବେ ଗୋଆ ଓ ଦିଲ୍ଲୀର ବାସିନ୍ଦା ମାନେ ସବୁଠାରୁ ଅଧିକ ବିଦ୍ୟୁତ୍ ଖର୍ଚ୍ଚ କରୁଥିବା ବେଳେ ବିହାର ଓ ଅରୁଣାଚଳ ପ୍ରଦେଶର ଲୋକମାନେ ସବୁଠାରୁ କମ ବିଜୁଳି ଖର୍ଚ୍ଚ କରନ୍ତି । ଗୋଆରେ ଲୋକମାନେ ୨୯୮ ୟୁନିଟ ପ୍ରତି ମାସ ବିଜୁଳି ଖର୍ଚ୍ଚ କରୁଥିବା ବେଳେ ଦିଲ୍ଲୀର ଲୋକମାନେ ୨୯୩ ୟୁନିଟ ପ୍ରତି ମାସ ବିଜୁଳି ଖର୍ଚ୍ଚ କରିଥାନ୍ତି। ସେହିଭଳି ବିହାର ଓ ଅରୁଣାଚଳ ପ୍ରଦେଶର ଲୋକମାନେ ପ୍ରତିମାସ ମାତ୍ର ୪୫ ୟୁନିଟ ବିଦ୍ୟୁତ୍ ଖର୍ଚ୍ଚ କରିଥାନ୍ତି।

ତେବେ ଆମ ରାଜ୍ୟ ଓଡ଼ିଶାର ଲୋକମାନେ ପ୍ରତିମାସ ପ୍ରାୟ ୬୮ ୟୁନିଟ ବିଜୁଳି ଖର୍ଚ୍ଚ କରୁଥିବା ଜଣାପଡିଛି। ସେହିଭଳି ଅନ୍ୟ ରାଜ୍ୟ ଗୁଡ଼ିକ ମଧ୍ୟରେ ପଶ୍ଚିମବଙ୍ଗରେ ୬୬ ୟୁନିଟ, ଝାଡ଼ଖଣ୍ଡରେ ୬୨ ୟୁନିଟ, ଛତିଶଗଡ ରେ ୮୦ ୟୁନିଟ, ତେଲେଙ୍ଗାନା ରେ ୧୨୪ ୟୁନିଟ, ଆନ୍ଧ୍ରପ୍ରଦେଶରେ ୧୨୧ ୟୁନିଟ, ତାମିଲନାଡୁରେ ୧୫୭ ୟୁନିଟ, କେରଳରେ ୧୩୨ ୟୁନିଟ, କର୍ଣ୍ଣାଟକରେ ୮୬ ୟୁନିଟ, ମହାରାଷ୍ଟ୍ରରେ ୮୯ ୟୁନିଟ, ମଧ୍ୟପ୍ରଦେଶରେ ୭୩ ୟୁନିଟ, ଗୁଜରାଟରେ ୮୭ ୟୁନିଟ, ରାଜସ୍ଥାନରେ ୬୬ ୟୁନିଟ, ଉତ୍ତରପ୍ରଦେଶରେ ୭୦ ୟୁନିଟ, ପଞ୍ଜାବ ରେ ୧୮୫ ୟୁନିଟ, ହରିୟାଣାରେ ୧୪୯ ୟୁନିଟ ଓ ଜମ୍ମୁ କାଶ୍ମୀରରେ ଲୋକମାନେ ପ୍ରତିମାସ ହାରାହାରି ୧୩୪ ୟୁନିଟ ବିଜୁଳି ଖର୍ଚ୍ଚ କରିଥାନ୍ତି।

Related Posts