ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଇଡି ହେପାଜତରେ ଅଛନ୍ତି । ସେପଟେ ନିକଟରେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ଦେଇଥିବା ବୟାନକୁ ଦେଇ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ତେବେ କୋଭିଡ ସମୟରେ ଅସୁସ୍ଥତା ହେତୁ ସେ ସ୍ମୃତି ହରାଇଛନ୍ତି। ତେଣୁ ତାଙ୍କୁ ଅନେକ କଥା ଭଲ ଭବାରେ ମନେ ନାହିଁ ବୋଲି ଇଡି ପଚରାଉଚୁରା କରୁଥିଲା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଏ ବାବଦରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ତାଙ୍କୁ ସମାଲୋଚନା କରୁଥିବାର ଦେଖିବାକୁ ମିଳିଛି । ଯେଉଁମାନେ ସ୍ମୃତି ଶକ୍ତି ହରାଇଛନ୍ତି କିମ୍ବା ଯାହାଙ୍କର ସ୍ମୃତି ଶକ୍ତି କମ, ସେମାନେ ବିଭାଗ କଣ ଚଳାଇବେ? ସେହି ବିଭାଗଗୁଡ଼ିକ କ’ଣ ଚାଲିବ? କେମିତି ଏପରି ବ୍ୟକ୍ତିମାନଙ୍କୁ ସରକାର ଏତେ ବଡ଼ ବିଭାଗ ଦେଉଛନ୍ତି ତାହା ମୋତେ ଜଣା ନାହିଁ ।
ଏପରିକି ସେମାନେ ଜଣେ ମନ୍ତ୍ରୀ ଅଟନ୍ତି । ତେବେ ରାଜ୍ୟବାସୀ ମଧ୍ୟ ଭାବିବେ ଯେ ଯଦି ଆମର ମନ୍ତ୍ରୀ ଆମକୁ ମନେ ରଖିପାରିବେ ନାହିଁ, ତେବେ ସେମାନଙ୍କୁ ଭେଟିବାର ଲାଭ କ’ଣ? ବୋଲି କହିଛନ୍ତି । ଏହା ସହ ସେ କହିଛନ୍ତି ଯେ “ମୁଁ ମଧ୍ୟ ହିମାଚଳ ପ୍ରଦେଶର ଲୋକଙ୍କୁ କହିବାକୁ ଚାହେଁ ଯେ, ଯାହାର ପ୍ରଭାରୀ ପାଖରେ ସ୍ମୃତି ଶକ୍ତି ନାହିଁ, ସେମାନଙ୍କୁ ଯଦି ଭେଟିଲେ ସେମାନେ ମନେରଖିବେ କି ନାହିଁ ତାହା ଉପରେ ପ୍ରଶ୍ନ ଉଠୁଛି । ସେମାନଙ୍କଠାରୁ ଦୂରରେ ରହିବା ହିଁ ଭଲ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହାପୂର୍ବରୁ ବିଜେପି ସାଂସଦ ପ୍ରବେଶ ବର୍ମା ଟ୍ୱିଟ୍ କରି ଲେଖିଛନ୍ତି – ମୁଁ ସତ୍ୟେନ୍ଦ୍ର ଜୈନ ଜୀଙ୍କ କଥା ଶୁଣିଛି ଯେ ସେ କରୋନାରେ ତାଙ୍କ ସ୍ମୃତି ହରାଇଛନ୍ତି। ଏହିପରି କଥା ହୁଅ ନାହିଁ, ସତ୍ୟେନ୍ଦ୍ର ଜୀ, କେଜ୍ରିୱାଲ ଜୀ ତୁମ ସହ ମିଶି ଅସଂଖ୍ୟ ସ୍କାମରୁ ଅର୍ଜନ କରିଥିବା କୋଟି କୋଟି ଟଙ୍କାକୁ ତୁମେ କିପରି ଭୁଲି ପାରିବ । ନଚେତ୍ ଅରବିନ୍ଦ କେଜ୍ରିୱାଲ ଏହି ଚିନ୍ତାରେ ଶାନ୍ତିରେ ଶୋଇ ପାରିବେ ନାହିଁ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।
