ମାଲକାନଗିରି-ଛତିଶଗଡ଼ ସୀମାନ୍ତରେ ଯବାନଙ୍କ କ୍ୟାମ୍ପ ଉପରେ ଗୁଳିବର୍ଷଣ କଲେ ଶତାଧିକ ମାଓବାଦୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମାଲକାନଗିରି-ଛତିଶଗଡ଼ ସୀମାନ୍ତରେ ଯବାନଙ୍କ କ୍ୟାମ୍ପ ଉପରେ ଗୁଳି ଚଳାଇଲେ ଶତାଧିକ ମାଓବାଦୀ । ତେବେ କୁଟରୁ ଥାନା ଅନ୍ତର୍ଗତ ଦରଭା ପୁଲିସ କ୍ୟାମ୍ପ ଉପରେ ରବିବାର ରାତିରେ ଶତାଧିକ ମାଓବାଦୀ ଆକ୍ରମଣ କରିଥିଲେ । ମାଓବାଦୀଙ୍କ ପକ୍ଷରୁ ଗୁଳି ଚାଳନା କରାଯିବା ସହ ବୋମା ବିସ୍ଫୋରଣ ମଧ୍ୟ କରାଯାଇଥିଲା । ଦୀର୍ଘ ୪ ଘଣ୍ଟା ଧରି ଏହାର ପାଲଟା ଜବାବ ମଧ୍ୟ ସୁରକ୍ଷାକର୍ମୀ ଦେଇଥିଲେ ।

ସେପଟେ ମାଓବାଦୀଙ୍କ ଆକ୍ରମଣରେ ୪ ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗୁରୁତର ଦୁଇ ଜଚ୍ଚଙ୍କୁ ବାୟୁ ସେନାର ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି । ଅନ୍ୟ ଦୁଇ ଜଣଙ୍କୁ ବିଜାପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣା ପରେ ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିବାର ବେଳେ ସେଠାରେ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେଶନ ଜୋରଦାର କରାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts