୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ । ତେବେ ଜମନକିରା ରାଜସ୍ବ ନିରୀକ୍ଷକ ମନୋଜ ମହାନନ୍ଦ ଆଜି ଏକା ଜମି ପଟେସନ ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଜମନକିରା ଓରାମ ପଡ଼ାର ଦୁଃଖା ମିଞ ତାଙ୍କ ର ଜମି ବିଭାଜନ ପାଇଁ ଆବେଦନ କରିଥିବା ବେଳେ ଆର.ଆଇ ତାଙ୍କୁ ତାଙ୍କ ଲାଞ୍ଚ ମାଗି ଥିଲେ । ପରେ ସେ ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରିଥିଲା ।

ଦିନ ଦଶଟା ବେଳେ ତାଙ୍କ କାର୍ଯାଳୟରେ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ବିଭାଗ ପକ୍ଷରୁ ତାଙ୍କ ଅଫିସରେ ରେଡ ଜାରି ରହିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts