ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ: ମୟୂରଭଞ୍ଜ ଡୋଲାଜୋଡି ଗାଁର ଘଟଣା

ରାଇରଙ୍ଗପୁର : ପରକୀୟା ପ୍ରୀତି ସନ୍ଦେହରେ କରୁଣ ପରିଣତି । ସାତ ଜନ୍ମ ପାଇଁ ହାତ ଧରିଥିବା ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟା କରିଛି ସ୍ବାମୀ । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଡୋଲାଜୋଡି ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାତିରେ ଡୋଲାଜୋଡି ଗ୍ରାମର ବୁଢାନ ବାସ୍କେ ତାଙ୍କ ସ୍ତ୍ରୀ ଦେଓଲା ବାସ୍କେଙ୍କୁ କୁରାଢୀରେ ହାଣି ହତ୍ୟା କରିଥିଲେ । ଚିତ୍କାର ଶୁଣି ପୁଅ ବାପାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୁରାଢୀ ଚୋଟରେ ମହିଳାଙ୍କ ମୃତ୍ୟୁ ହୋଇସାରିଥିଲା । ହତ୍ୟା କରିବା ପରେ ଅଭିଯୁକ୍ତ ସ୍ବାମୀ ଥାନାରେ ଆତ୍ମସମର୍ପଣ କରିଥିଲା । ତେବେ ସ୍ତ୍ରୀଙ୍କୁ ବିଳମ୍ବିତ ରାତିରେ ଫୋନରେ କଥା ହେଉଥିବା ଦେଖି ପରକୀୟା ପ୍ରୀତି ସନ୍ଦେହ କରି ତାଙ୍କୁ ହତ୍ୟା କରିଥିବା ପ୍ରକାଶ କରିଛି ଅଭିଯୁକ୍ତ ସ୍ବାମୀ ।

ପୋଲିସ ମଧ୍ୟ ଅଭିଯୁକ୍ତ ସ୍ବାମୀଙ୍କୁ ଅଟକ ରଖି ଓ ମୃତଦେହ ଜବତ କରି ସାଇଣ୍ଟିଫିକ୍ ଟିମ୍ ସହ ଘଟଣାର ଛାନ୍‌ଭିନ୍ ଚଳାଇଛି।

Related Posts