ଜିନ୍ସ ପିନ୍ଧି ମେଳା ଦେଖିବାକୁ ଯିବାକୁ ମନା କଲେ ସ୍ବାମୀ: ଛୁରି ଭୁସି ହତ୍ୟା କଲେ ସ୍ତ୍ରୀ

ଜାମତାଡା: ଝାଡଖଣ୍ଡର ଜାମତାଡାରେ ଦେଖିବାକୁ ମିଳିଛି ଏକ ଚକିତ କଲା ପରି ଘଟଣା । ସ୍ତ୍ରୀ ସ୍ବାମୀଙ୍କୁ ହତ୍ୟା କରିଛି । ତେବେ ହତ୍ୟା କରିବାର କାରଣ ଏବେ ସମସ୍ତଙ୍କୁ ଚକିତ କରି ଦେଇଛି ।

ଜିନ୍ସ ପିନ୍ଧି ମେଳା ଦେଖିବାକୁ ମନା କରିଥିଲେ ସ୍ବାମୀ। ଦୟାକରି ତୁମେ ଏମିତି ଜିନ୍ସ ପିନ୍ଧି ବାହାରକୁ ଯାଅନି। ବାସ୍ ଏତିକି କହିଲେ ସ୍ଵାମୀ, ଆଉ ରାଗରେ ଜର୍ଜରିତ ହୋଇ ଉଠିଲେ ପତ୍ନୀ। ଛୁରିରେ ସ୍ଵାମୀକୁ ହତ୍ୟା କଲେ। ମୃତକଙ୍କ ବାପାଙ୍କ କହିବା କଥା ଜିନ୍ସ ପିନ୍ଧିବା ନେଇ ପୁଅ ଏବଂ ବୋହୂ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାକୁ ନେଇ ବୋହୂ ଛୁରି ଭୁଶି ପୁଅର ହତ୍ୟା କରିଛି।

ଜାମତାଡା ଥାନା ଅନ୍ତର୍ଗତ ଜୋଡଭିଟା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଆନ୍ଦୋଳନ ଟୁଡୁଙ୍କ ବିବାହ ଦୁଇ ମାସ ପୂର୍ବେ ପୁଷ୍ପା ହେମ୍ବ୍ରମଙ୍କ ସହ ହୋଇଥିଲା। ଗତ ରାତିରେ ପୁଷ୍ପା ହେମ୍ବ୍ରମ ଜିନ୍ସ ପିନ୍ଧି ମେଳା ଦେଖିବାକୁ ଗୋପାଳପୁର ଗାଁ ଯାଇଥିଲେ। ଘରକୁ ଫେରିବା ପରେ ସ୍ଵାମୀ ଆନ୍ଦୋଳନ ଜିନ୍ସ ପିନ୍ଧି ମେଳା ଦେଖିନଯିବାକୁ ତାଗିଦ୍ କରିଥିଲେ। ବାସ୍ ଏତିକି କଥାରେ ପତ୍ନୀ କ୍ଷୁବ୍ଧ ହୋଇଉଠିଲେ ଏବଂ ଛୁରିରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଆନ୍ଦୋଳନ ଟୁଡୁଙ୍କୁ ପରିବାର ଲୋକେ ଧନବାଦ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ମୃତକଙ୍କ ପିତା କର୍ଣ୍ଣେଶ୍ଵର ଟୁଡୁ କହିଛନ୍ତି, ଜିନ୍ସ ପିନ୍ଧାକୁ ନେଇ ପୁଅ ଏବଂ ବୋହୂ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଛୁରି ଭୁଶି ସ୍ଵାମୀଙ୍କୁ ହତ୍ୟା କରିଥିବା କଥାକୁ ସ୍ଵୀକାର କରିଛନ୍ତି ପତ୍ନୀ।

Related Posts