‘ମୁଁ କାହାରିକୁ ଡରି ନାହିଁ’ କହି ଆପ ସାଂସଦ ସଞ୍ଜୟ ସିଂହ ଚିରିଲେ ଉପରାଜ୍ୟପାଳ ପଠାଇଥିବା ମାନହାନୀ ନୋଟିସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀର ଆମ ଆଦମୀ ପାର୍ଟି (ଆପ) ସରକାର ଏବଂ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ମଧ୍ୟରେ ବିବାଦ ଲଗାତାର ଭାବେ ତୀବ୍ର ହେଉଛି। ଉପରାଜ୍ୟପାଳଙ୍କ ଦ୍ୱାରା ଆପ ନେତା ମାନଙ୍କ ନିକଟକୁ ପଠାଯାଇଥିବା ଆଇନଗତ ମାନହାନୀ ନୋଟିସକୁ ସାମ୍ବାଦିକ ସମ୍ମିଳନୀରେ ସମସ୍ତଙ୍କ ଆଗରେ ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଚିରି ଦେଇଛନ୍ତି। ଏହାସହ ଉପରାଜ୍ୟପାଳ କୋଟି କୋଟି ଟଙ୍କା ଅପବ୍ୟବହାର କରିଥିବା ସଞ୍ଜୟ ଅଭିଯୋଗ କରିଛନ୍ତି।ଖଦି ଗ୍ରାମୋଦ୍ୟୋଗର ମୁଖ୍ୟ ଥିବାବେଳେ ଶ୍ରମିକ ଓ କର୍ମଚାରୀମାନଙ୍କୁ ମଜୁରୀ ଦେବାରେ ତ୍ରୁଟି ଦେଖାଦେଇଥିଲା। ଏହି ଅର୍ଥକୁ ଉପରାଜ୍ୟପାଳ ହେରଫେର କରିଥିବା ସେ କହିଛନ୍ତି।

ତେବେ ସଞ୍ଜୟ ମାନହାନୀ ନୋଟିସର କପି ଚିରି କହିଛନ୍ତି ଯେ ମୁଁ ଭି.କେ ସାକ୍ସେନାଙ୍କୁ କହିବାକୁ ଚାହେଁ ଭାରତର ସମ୍ବିଧାନ ମୋତେ ସତ କହିବାର ଅଧିକାର ଦେଇଛି। ଦେଶର ସର୍ବୋଚ୍ଚ ଗୃହର ଜଣେ ସଦସ୍ୟ ଭାବରେ ମୋର ସତ କହିବାର ଅଧିକାର ଅଛି। ମୁଁ ଅଟକି ଯିବି ନାହିଁ, ଡରିବି ନାହିଁ ଏବଂ କିଛି ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ନୋଟିସ ପଠାଇବା ନେଇ ଭୟ କରିବି ନାହିଁ । ମୁଁ ଏପରି ନୋଟିସକୁ ୧୦ ଥର ଚିରି ଫୋପାଡି ଦେଇଛି ବୋଲି ସଞ୍ଜୟ କହିଛନ୍ତି ।

Related Posts