ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୟୂରଭଞ୍ଜର ବହୁଚର୍ଚ୍ଚିତ ଖ୍ରୀଷ୍ଟିଆନ ପାଦ୍ରୀ ଅରୁଲ ଦାସ ହତ୍ୟା ମାମଲା। ମୁଖ୍ୟ ଅଭିଯୁକ୍ତ ଦାରା ସିଂ ଓ ସହଯୋଗୀ ମାନେ ହାଇକୋର୍ଟରୁ ନିରାଶ । ନିମ୍ନ ଅଦାଲତଙ୍କ ଦଣ୍ଡାଦେଶକୁ କାଏମ ରଖିଛନ୍ତି ହାଇକୋର୍ଟ । ଦାରା ସିଂ ଏବଂ ତାର ସହଯୋଗୀଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ ।
ସୂଚନାଯୋଗ୍ୟ ଯେ, ୧୯୯୯ ମସିହା ସେପ୍ଟେମ୍ବର ମାସରେ ଦାରା ସିଂ ଏବଂ ତାର ଅନ୍ୟ ସହଯୋଗୀମାନେ ଫାଦର ଅରୁଲ ଦାସଙ୍କୁ ତୀର ମାରି ହତ୍ୟା କରିଥିଲେ ।ଏହି ମାମଲାରେ ଅପିଲ ଖାରଜ କରିବା ସହ ଜାମିନରେ ଥିବା ସମସ୍ତ ଅଭିଯୁକ୍ତଙ୍କ ଜାମିନକୁ ମଧ୍ୟ ହାଇକୋର୍ଟ ରଦ୍ଧ କରିଛନ୍ତି. । ଏହାସହିତ ଆସନ୍ତା ୨୩ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବାକୁ କୋର୍ଟ ରାୟ ଶୁଣାଇଛନ୍ତି । ଦାରା ସିଂ ଏବେ ଜେଲରେ ଥିବା ବେଳେ ଅନ୍ୟ ୩ ଜଣ ଜାମିନରେ ଅଛନ୍ତି ।
