
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାରଣାସୀର ଜ୍ଞାନବ୍ୟାପି ମସଜିଦକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏହି ବିବାଦ ମଧ୍ୟରେ ବିଜେପି ବିଧାୟକ ଅଭିଜିତ ସିଂ ସାଙ୍ଗା ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି । ତେବେ ମହାଭାରତର କୌରବଙ୍କ କୋର୍ଟରେ ଭଗବାନ କୃଷ୍ଣଙ୍କ ପାଞ୍ଚଟି ଗ୍ରାମ ପ୍ରଦାନ ପ୍ରସ୍ତାବ ସହିତ ସମଗ୍ର ବିବାଦକୁ ଯୋଡ଼ି ସେ ଏକ ବିବାଦୀୟ କଥା କହିଛନ୍ତି । ସେ କହିଛନ୍ତି ଦୁର୍ଯେ୍ୟାଧନ ପାଞ୍ଚଟି ଗାଁ ଦେଇ ନଥିଲେ ତେବେ ତାଙ୍କୁ ସମଗ୍ର ରାଜ୍ୟ ହରାଇବାକୁ ପଡ଼ିଥିଲା । ଆମେ ତିନୋଟି ମନ୍ଦିର ମାଗିଥିଲୁ, ତୁମେ ରାଜି ହେଲ ନାହିଁ । ବର୍ତ୍ତମାନ ପ୍ରସ୍ତୁତ ରୁହ ସମସ୍ତ ମନ୍ଦିରକୁ ଫେରାଇ ଆଣିବୁ ।
ଅଭିଜିତ ତାଙ୍କ ବିବାଦୀୟ ବିବୃତ୍ତି ହେତୁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି । ଗତ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ନିର୍ମିତ ପ୍ରମୁଖ ଧାର୍ମିକ ସ୍ଥାନ ଏବଂ ଅଟ୍ଟାଳିକା ଉପରେ କ୍ରମାଗତ ଭାବରେ ଅନେକ ଦାବି କରାଯାଉଛି ଏବଂ କୋର୍ଟରେ ମଧ୍ୟ ଆବେଦନ କରାଯାଉଛି । ଏହି ପରିପ୍ରେକ୍ଷୀରେ ହିନ୍ଦୁ ପକ୍ଷର ଦାବି ଉପରେ ବାରାଣାସୀରେ ଏକ ସର୍ଭେ ମଧ୍ୟ କରାଯାଇଥିଲା । ସର୍ଭେରେ ମସଜିତ ତଳ ମହଲାରେ ଏକ ବଡ଼ ଶିବଲିଙ୍ଗ ମିଳିବା ଦାବି କରାଯାଇଛି । ଏବେ ଏହି ମାମଲା ସୁପ୍ରିମକୋର୍ଟରେ ବିଚରାଧୀନ ରହିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।