ମୁଁ ସିନ୍ଧେଙ୍କୁ ଶିବସୈନିକ ବୋଲି ଭାବୁନାହିଁ:ସଞ୍ଜୟ ରାଉତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ରାଜନୀତିରେ ପ୍ରତ୍ୟେକ ଦିନ ନୂଆ ନୂଆ ଟୁଇଷ୍ଟ ଦେଖିବାକୁ ମିଳୁଛି । ଏହା ମଧ୍ୟରେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଘୋଷଣା କରାଯାଇଛି। ଏହାର ଗୋଟିଏ ଦିନ ପରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି। ସଞ୍ଜୟ ରାଉତ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ମୁଁ ସିନ୍ଧେଙ୍କୁ ଶିବସୈନିକ ବୋଲି ଭାବୁ ନାହିଁ ଏବଂ ଭାଜପା ଜଣେ ଶିବସୈନିକଙ୍କୁ ମୁଖ୍ୟମନ୍ତ୍ରୀ କରିନାହିଁ।

ଏହା ସହିତ ଶିବସେନାକୁ ଭାଙ୍ଗିବା ପାଇଁ ଯୋଜନା ଅଛି । ଏହାଦ୍ୱାରା ଶିବସେନା ସଂଗଠନ କଦାପି ଦୁର୍ବଳ ହେବ ନାହିଁ। ଏକନାଥ ଏବଂ ଭାଜପାର ଏକ ଚୁକ୍ତି ହୋଇସାରିଛି। ନୂତନ ସରକାର ଭଲ କାମ କରିବା ଉଚିତ୍‌ ବୋଲି ସେ ଅଭିଯୋଗ କରିଛନ୍ତି । ସେପଟେ ଗୁରୁବାର ଶିବସେନା ବିଦ୍ରୋହୀ ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାବେଳେ ଦେବେନ୍ଦ୍ର ଫଡନବିସ୍‌ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts