ଆମେ ନୂଆ ସରକାରଙ୍କୁ ଶୁଭେଚ୍ଛା ଜଣାଉଛୁ: ସଞ୍ଜୟ ରାଉତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ନୂଆ ସରକାର ଗଠନ ହୋଇଛି । ଯାହାକୁ ନେଇ ସାରା ଦେଶର ରାଜନୈତିକ ମାହଲ ବେଶ୍ ସରଗରମ ହୋଇ ଉଠିଛି । ଏହା ମଧ୍ୟରେ ଶିବସେନା ନେତା ସଞ୍ଜୟ ରାଉତଙ୍କ ବଡ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ଭାଙ୍ଗିବା ଗଢିବା ଆମ ପାଇଁ ପୁରୁଣା କଥା ହାଇଯାଇଛି । ଏବେ ମହାରାଷ୍ଟ୍ରରେ ନୂଆ ସରକାର ଗଠନ ହୋଇଛି । ନୂଆ ସରକାର ଭାରତୀୟ ଜନତା ପାର୍ଟି(ଭାଜପା) ସହ ଏକ ଚୁକ୍ତି କରିଛି ଓ ଦଳୀୟ ମୁଖ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି । ଦେଶରେ ଏଭଳି ଘଟଣା ଅନେକ ଥର ଘଟିଛି ତେଣୁ ଏହା କିଛି ନୂଆ କଥା ନୁହେଁ । ଆମେ ନୂଆ ସରକାରଙ୍କୁ ଶୁଭେଚ୍ଛା ଜଣାଉଛୁ ।

ସେପଟେ ଏହା ପୂର୍ବରୁ ସଞ୍ଜୟ ରାଉତ ଶୁକ୍ରବାର ଇଡିରେ ହାଜର ହେବାର ଥିଲା । ତେଣୁ ଏହା ପୂର୍ବରୁ ସେ ଟୁଇଟ କରି ଶିବସେନା କର୍ମୀଙ୍କୁ କହିଥିଲେ ଏ ନେଇ କେହି ବ୍ୟସ୍ତ ହେବା ଆବଶ୍ୟକ ନାହିଁ । ମୁଁ ଜଣେ ନାଗରିକ ସହ ଜଣେ ଏମପି, ମୁଁ ଇଡି ନିକଟରେ ନିଶ୍ଚିତ ଭାବେ ହାଜର ହେବି । ଯେତେବେଳେ ଉଦ୍ଧବ ଠାକରେ ସରକାର ଆସିଥିଲା ସେତେବେଳେ ଭାଜପା କହିଥିଲା ଏ ସରକାର ଆମକୁ ଅଡୁଆରେ ପକାଇବ । ହେଲେ ଆମେ ସେମିତି କିଛି କରିବୁ ନାହିଁ । ସେମାନଙ୍କୁ ସୁଯୋଗ ଦେବୁ ଜନତାଙ୍କ ପାଇଁ କାମ କରିବାକୁ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି । 

Related Posts