‘ଘୃଣାର ବଜାରରେ ମୁଁ ପ୍ରେମର ଦୋକାନ ଖୋଲିଛି’: ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୦/୧୨(ସତ୍ୟପାଠ ବ୍ୟୁରୋ): ଏବେ ଭାରତ ଯୋଡ ଯାତ୍ରାରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ବେଶ ଚର୍ଚ୍ଚାରେ ରହିଛନ୍ତି । କେତେବେଳେ ଭାରତ ଯୋଡ ଯାତ୍ରା କାର୍ଯ୍ୟକ୍ରମକୁ ନେଇ ତ କେତେବେଳେ ଚୀନ ସମ୍ପର୍କରେ ବୟାନ ଦେଇ । ରାହୁଲଙ୍କର ବିବଦୀୟ ବୟାନକୁ ନେଇ ବିଜେପି ତାଙ୍କୁ ତୀବ୍ର ସମାଲୋଚନା କରିଥିଲା । ଏପରିକି ସଂସଦରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଏପରି ମନ୍ତ୍ରବ୍ୟକୁ ନେଇ ବର୍ଷିଥିଲେ । ଏସବୁ ପରେ ବି ରାହୁଲ ବାଣ୍ଟୁଛନ୍ତି ପ୍ରେମ, ସ୍ନେହ ଆଉ ସୌହଦ୍ଦ୍ୟପୂର୍ଣ ଭାବ । ବିଶେଷ କରି ଏହା ବିଜେପି ନେତାଙ୍କ ପାଇଁ ବୋଲି ବି କହୁଛନ୍ତି । ରାହୁଲ ନିଜେ କହିଛନ୍ତି ମୁଁ ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲିଛି ।

ଟୁଇଟରରେ ରାହୁଲଙ୍କର ଏନେଇ ଏକ ଭିଡିଓ ଭାଇରାଲ ହୋଇଛି । ଏଥିରେ ରାହୁଲ କହିଛନ୍ତି, ‘ନଫରତ କି ବାଜାର ମେ ମୋହବ୍ବତ କୀ ଦୁକାନ ଖୋଲ ରହା ହୁଁ’ । ବିଜେପି ନେତାଙ୍କ ଉଦ୍ଦେଶ୍ୟରେ ସେ ଏହି ଦୋକାନ ଖୋଲିଥିବା ଖୋଲାଖୋଲି ଭାବେ କହିଛନ୍ତି । ଭିଡିଓରେ ରାହୁଲ କହିଛନ୍ତ, ତୁମେ ମୋତେ ଘୃଣା କର, ମୋତେ ଗାଳି ଦିଅ । ଏସବୁ ଆପଣଙ୍କ ହୃ୍ଦୟର କଥା । ଆପଣଙ୍କ ବଜାର ଘୃଣାର । ମୋ ଦୋକାନ ପ୍ରେମର’ ବୋଲି କହିଛନ୍ତି । ଏ ପ୍ରେମର ଦୋକାନ ଖାଲି ତାଙ୍କର ନୁହେଁ, ଏହା ପୁରା ସଂଗଠନର ବୋଲି କହିଛନ୍ତି ।

ସେ ମହାତ୍ମାଗାନ୍ଧି, ଜବାହରଲାଲ ନେହରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପରି ନେତାଙ୍କ ନାଁ ନେଇ କହିଥିଲେ ଏ ସମସ୍ତେ ମୋହବ୍ବତର ଦୋକାନ ଖୋଲିଥିଲେ । ବିଜେପିର ସାଂପ୍ରଦାୟିକ ମନୋଭାବକୁ ଇଙ୍ଗିତ କରି କହିଥିଲେ, ରାସ୍ତାରେ ଯିବା ବେଳେ ଅନେକ ପ୍ରିୟ ମିତ୍ରଙ୍କ ସହ ସାକ୍ଷାତ ହୁଏ ଯେଉଁମାନଙ୍କ ବଜାର ଘୃଣା ଆଉ ନଫରତ । ଏମାନେ ବିଶେଷ କରି ବିଜେପିର ବୋଲି ସେ ନାଁ ନେଇ କହିଥିଲେ ।

ରାହୁଲଙ୍କର ଏହି ଭିଡିଓଟି ତାଙ୍କ ଟୁଇଟର ହାଣ୍ଡେଲରେ ସେୟାର କରିଛନ୍ତି । ଏହା ଖୁବ ଭାଇରାଲ ହୋଇଛି । ୧୬ ଘଣ୍ଟା ତଳେ ସେ ଏହି ଭିଡିଓଟିକୁ ଟପ ଟୁ ପିନ କରିଛନ୍ତି । ଭଡିଓଟିକୁ ପ୍ରାୟ ୪୭୫ ହଜାର ଲୋକ ଦେଖିଥିବାବେଳେ ଏହାକୁ ୨୭୭୨ କମେଣ୍ଟ ୩୮ କେ ଲାଇକ ମିଳିଛି । ଏଥିସହିତ ଭିଡିଓଟି ୧୦.୩ କେ ରିଟୁଇଟ ହୋଇଛି ।

Related Posts