କେନ୍ଦ୍ର ନୋଟିସ୍ ର ଜବାବ ଦେଲେ ଅଲପନ : କହିଲେ – ” ପିଏମ୍ ଙ୍କ ସମୀକ୍ଷା ବୈଠକରେ ମୁଁ ଆଦୌ ଅନୁପସ୍ଥିତ ନଥିଲି”

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ର ଏବଂ ବେଙ୍ଗଲ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତିର କାରଣ ପାଲଟିଥିବା ପ୍ରଶାସନିକ ଅଧିକାରୀ ଅଲପନଙ୍କ ଉପରେ ସମସ୍ତଙ୍କର ନଜର ଥିଲା।ଶେଷରେ ପିଏମ୍ ମୋଦୀଙ୍କ ବାତ୍ୟା ସମୀକ୍ଷା ବୈଠକରେ ଯୋଗ ଦେଇ ନଥିବାର ଖୁଲାସା କରିଛନ୍ତି ବେଙ୍ଗଲ ର ପୂର୍ବତନ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟୟ । ଗତ ଶୁକ୍ରବାର ଦିନ ଅଲପନଙ୍କୁ କେନ୍ଦ୍ର ସରକାର ଜାରି କରିଥିବା କାରଣ ଦର୍ଶାଅ ନୋଟିସ୍‌ ର ଜବାବ ଦେଇଛନ୍ତି । ସେ କେନ୍ଦ୍ରକୁ ଚିଠି ଲେଖି କହିଛନ୍ତି ଯେ ,” ସେ କାଲାଇକୁଣ୍ଡା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାତ୍ୟା ୟାସ ସମୀକ୍ଷା ବୈଠକରେ ଆଦୌ ଅନୁପସ୍ଥିତ ନଥିଲେ। ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକରେ ଥିବା ଯାଏ ସେ ସେଠାରେ ଉପସ୍ଥିତ ଥିଲେ। ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶକ୍ରମେ ସେ ପିଏମ୍ ଙ୍କ ସମୀକ୍ଷା ବୈଠକକୁ ଛାଡ଼ିଥିଲେ। ଏହାପରେ ଦିଘା କୁ ବାତ୍ୟା “ୟାସ୍” ଜନିତ କ୍ଷୟକ୍ଷତିର ଆକଳନ କରିବାକୁ ଯାଇଥିଲେ। ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମୀକ୍ଷା ବୈଠକରେ ଯୋଗ ନ ଦେଇ ଥିବାରୁ ତାଙ୍କୁ ଦିଲ୍ଲୀ ବଦଳି କରିଦିଆଯାଇଥିଲା। ଏବଂ ତାଙ୍କର ଶେଷ କାର୍ଯ୍ୟ ଦିବସରେ ଦିଲ୍ଲୀରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଦିଲ୍ଲୀରେ ତାଙ୍କର ବାକି କାର୍ଯ୍ୟକାଳ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅଲପନଙ୍କୁ ଦିଲ୍ଲୀ ପଠାଇବାକୁ ମନା କରିଦେଇଥିଲେ ଏବଂ ବନ୍ଦୋପାଧ୍ୟାୟ ଦିଲ୍ଲୀ ଯିବା ପରିବର୍ତ୍ତେ ଅବସର ଘୋଷଣା କରି ଦେଇଥିଲେ। ଏହା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇଥିଲା। ଆଉ ଠିକ୍ ସେହିଦିନ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଯୋଗନଦେଇଥିବା ଅଭିଯୋଗରେ ତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଏହି କାରଣ ଦର୍ଶାଅ ନୋଟିସ୍ ରେ ଅଲପନଙ୍କ ଉପରେ ଆରୋପ ଲଗାଯାଇଥିଲା ଯେ, ସେ ବାତ୍ୟା ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅନ୍ୟ ସଦସ୍ୟମାନଙ୍କୁ ପ୍ରାୟ ୧୫ ମିନିଟ୍ ଅପେକ୍ଷା କରାଇଥିବା ଅଭିଯୋଗ କରାଯାଇଥିଲା । ତେବେ କେନ୍ଦ୍ର ସରକାର କହିଛନ୍ତି ଯେ, ବୈଠକରେ ତାଙ୍କର ଅନୁପସ୍ଥିତିକୁ ଦୃଷ୍ଟିରେ ରଖି ସମୀକ୍ଷା ବୈଠକରେ ଭାଗ ନେବାକୁ ଚାହୁଁଛନ୍ତି କି ନାହିଁ ସେନେଇ ମୁଖ୍ୟ ଶାସନ ସଚିବ (ଅଲପନ ବନ୍ଦୋପାଧ୍ୟାୟ ) ଙ୍କୁ ଡକାଯାଇଥିଲା। ଏହା ପରେ ମୁଖ୍ୟ ଶାସନ ସଚିବ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଗୃହକୁ ଆସିଥିଲେ ଏବଂ ତୁରନ୍ତ ଚାଲିଯାଇଥିଲେ ।” ତେବେ ମଙ୍ଗଳବାର ଦିନ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପ୍ରଶାସନିକ ଅଧିକାରୀ ଭାବରେ ମୁଖ୍ୟ ସଚିବ ତାଙ୍କ ସାମ୍ବିଧାନିକ କର୍ତ୍ତବ୍ୟକୁ ଅଣଦେଖା କରିଥିଲେ । ତେବେ ମାମଲା ମୁଖ୍ୟ ସଚିବଙ୍କ ବିରୁଦ୍ଧରେ ଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବ୍ଯାକ୍ ଫୁଟ ରେ ଥିଲେ। ତେବେ ଅଲପନଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହାପରେ ଅଲପନ ମୁଖ୍ୟ ଶାସନ ସଚିବ ପଦରୁ ଅବସର ଘୋଷଣା କରିଥିଲେ।

Related Posts