ମୋତେ ଅଗଣତାନ୍ତ୍ରିକ ଭାବେ ପଦବୀରୁ ବାହାର କରିଦିଆଗଲା : ଗିରିବାଳା ବେହେରା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଟକର ପୂର୍ବତନ ନଗର କଂଗ୍ରେସ ସଭାପତିଙ୍କ ପ୍ରେସ୍‌ମିଟ୍ । ନିଜ ପଦ ଯିବା ନେଇ ସାମ୍ୱାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଛନ୍ତି ଗିରିବାଳା ବେହେରା । ସେ କହିଛନ୍ତି ଶୃଙ୍ଖଳାର ସହ କଂଗ୍ରେସ ପାଇଁ କାମ କରିଛି ଓ ଆଗକୁ ମଧ୍ୟ କରିବି । ମୋତେ ଅଗଣତାନ୍ତ୍ରିକ ଭାବେ ପଦବୀରୁ ବାହାର କରିଦିଆଗଲା । ଦଳୀୟ ନେତୃତ୍ୱ ଦଳକୁ ଆଗକୁ ନେବାକୁ ଚାହାନ୍ତି ନାହିଁ । ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ପରାମର୍ଶରେ ଦଳ ଚାଲିଛି ସେକଥା ମୋତେ ଜଣା ଅଛି । ମୁଁ ଦଳରେ ଅଛି ଆଗକୁ ମଧ୍ୟ ରହିଥିବା । ମୋର ପଦ ପଦବୀରେ କୌଣସି ଲୋଭ ନାହିଁ ବୋଲି କହିଛନ୍ତି ଗିରିବାଳା ବେହେରା ।

ସୂଚନା ଅନୁସାରେ ଗତକାଲି ଗିରିବାଳା ବେହେରାଙ୍କୁ କଟକ ନଗର କଂଗ୍ରେସ ସଭାପତି ପଦରୁ ହଟାଇ ସୁରେଶ ମହାପାତ୍ରଙ୍କୁ ନଗର କଂଗ୍ରେସ ସଭାପତି ଭାବେ ନିଯୁକ୍ତ କରାଯାଇଛି।ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଶୁକ୍ରବାର ସୁରେଶଙ୍କ ନିଯୁକ୍ତି ସଂପର୍କିତ ବିଜ୍ଞପ୍ତି ଜାରି କରିଛନ୍ତି। ଏହାସହିତ ନଗର କଂଗ୍ରେସ ଅନ୍ତର୍ଗତ ସମସ୍ତ ବ୍ଲକ୍ କଂଗ୍ରେସ କମିଟିକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ନଗର ମହିଳା କଂଗ୍ରେସ ଠିକ୍‌ଭାବେ କାମ କରୁନାହିଁ ଏବଂ ଦିନକୁଦିନ ଦୁର୍ବଳ ହୋଇଯାଉଛି ବୋଲି ଦର୍ଶାଇ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ନିଜ କ୍ଷୋଭ ପ୍ରକାଶ କରିଛନ୍ତି ଗିରିବାଳା।

Related Posts