ରାଷ୍ଟ୍ରପତିଙ୍କ ସଚିବ ଭାବେ ନିଯୁକ୍ତ ହେଲେ ଓଡ଼ିଶା କ୍ୟାଡ଼ର ଆଇଏଏସ୍ ରାଜେଶ ବର୍ମା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ଓଡ଼ିଶା କ୍ୟାଡ଼ରର ଆଇଏଏସ୍ ରାଜେଶ ବର୍ମା। ୧୯୮୭ ବ୍ୟାଚ୍ ଆଇଏଏସ୍ ଶ୍ରୀ ବର୍ମା ବର୍ତ୍ତମାନ କେନ୍ଦ୍ରରେ କର୍ପୋରେଟ ବ୍ୟାପାର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଓଡ଼ିଶା କ୍ୟାଡ଼ରର ଶ୍ରୀ ବର୍ମାଙ୍କୁ ରାଷ୍ଟ୍ରପତିଙ୍କ ସଚିବ ଭାବେ ନିଯୁକ୍ତି ମିଳିଛି ।ସେ ଏବେ ଆଇଏଏସ୍ କପିଳଦେବ ତ୍ରିପାଠୀଙ୍କ ସ୍ଥାନରେ କାର୍ଯ୍ୟ କରିବେ। ଶ୍ରୀ ବର୍ମା ୨୦୨୦ ମେ’ ମାସରୁ କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି । ଶ୍ରୀ ବର୍ମା ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ସଚିବ ହେବେ ବୋଲି ମଧ୍ୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା,

ସୂଚନାଯୋଗ୍ୟ, ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍ ବିଜୟ କୁମାର ନାୟକଙ୍କୁ ରାଷ୍ଟ୍ରପତିଙ୍କ ଅତିରିକ୍ତ ପ୍ରେସ୍ ସଚିବ ଭାବେ ଦାୟିତ୍ୱ ମିଳିଛି । ଗତ ଜୁଲାଇ ୩୧ ତାରିଖରେ ବିଜୟଙ୍କୁ ନିଯୁକ୍ତି ମିଳିଥିଲା ।

Related Posts