ପ୍ରକାଶ ପାଇଲା IAS ରେଜଲ୍ଟ; ଇଶିତା କିଶୋରୀ ଟପ୍ପର

ଭୁବନେଶ୍ୱର,୨୩/୫(ସତ୍ୟପାଠ ବ୍ୟୁରୋ): ପ୍ରକାଶ ପାଇଲା UPSC ପରିଚାଳିତ IAS ରେଜଲ୍ଟ । ମେରିଟ ଲିଷ୍ଟରେ ଇଶିତା କିଶୋରୀ ହୋଇଛନ୍ତି ଟପ୍ପର । ଦ୍ବିତୀୟ ସ୍ଥାନରେ ଗରିମା ଲୋହିଆ ଏବଂ ୩ୟରେ ଉମା ହାରାଥି ଏନ୍‌ ଥିବା ଜଣାଯାଇଛି । ଏହାର ସବିଶେଷ ବିବରଣୀ ୟୁପିଏସସିର ଅଫିସିଆଲ ୱେବସାଇଟ upsc.gov.in.କୁ ଯାଇ ଜାଣିପାରିବେ ।

ମିଳିଥିବା ଖବର ଅନୁଯାୟୀ, ଏଥର ଆଇଏଏସ ପରୀକ୍ଷାରେ ମୋଟ ୯୩୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।ଚଳିତବର୍ଷ ପୁଅମାନଙ୍କ ତୁଳନାରେ ଝିଅମାନଙ୍କ ପ୍ରଦର୍ଶନ ଭଲ ରହିଛି । ପ୍ରଥମ ରାଙ୍କରେ ଇଶିତା କିଶୋରୀ ଥିବାବେଳେ ତାଙ୍କ ପଛକୁ ଯଥାକ୍ରମେ ରହିଛନ୍ତି ଗରିମା ଲୋହିଆ, ଉମା ହାରତୀ ଏନ ଏବଂ ସ୍ମୃତି ମିଶ୍ର ।

ସେହିପରି ୩୩ତମ ସ୍ଥାନରେ ଥରୁଣ ପଟ୍ଟନାୟକ ମାଦଳା ଥିବାବେଳେ ୩୮ ରାଙ୍କରେ ଅନୁପ ଦାସ, ୪୨ ରାଙ୍କରେ ପ୍ରଣିତା ଦାସ, ୫୬ ରାଙ୍କରେ ଅର୍ଣ୍ଣବ ମିଶ୍ର, ୫୮ ରାଙ୍କରେ ଦୀକ୍ଷିତା ଯୋଶୀ, ୬୬ ରାଙ୍କରେ କ୍ରିତକା ମିଶ୍ର, ୬୭ ରାଙ୍କରେ କସ୍ତୁରୀ ପଣ୍ଡା, ୭୩ ରାଙ୍କରେ ପଲ୍ଲବୀ ମିଶ୍ର, ୯୭ ରାଙ୍କରେ ପ୍ରଶାନ୍ତ ରାଜ, ୧୦୬ ରାଙ୍କରେ ସିଦ୍ଧାର୍ଥ ମିଶ୍ର , ୧୩୬ ରାଙ୍କରେ ସୌମ୍ୟରଂଜନ ଦାସ, ୧୪୦ ରାଙ୍କରେ ସୋନାଲି ମିଶ୍ର , ୧୬୨ ରାଙ୍କରେ ଦୁର୍ଗା ପ୍ରସାଦ ଅଧିକାରୀ, ୨୬୧ ରାଙ୍କରେ ସତ୍ୟ ପ୍ରକାଶ ମିଶ୍ର ,୩୬୩ ରାଙ୍କରେ ଦିବ୍ୟା ଜୈନ୍‌, ୫୧୬ ରାଙ୍କରେ ତେଜସ୍ବିନୀ ବେହେରା ରହିଛନ୍ତି ।

ସୂଚନାଥାଉ କି, UPSC ପ୍ରିଲିମନାରୀ ପରୀକ୍ଷା ଜୁନ ୫ ତାରିଖରେ ହୋଇଥିଲା ଏବଂ ଏହାର ରେଜଲ୍ଟ ଜୁନ ୨୨ରେ ପ୍ରକାଶ ପାଇଥିଲା । ମେନ ଏକ୍ଜାମ ସେପ୍ଟେମ୍ବର ୧୬ ରୁ ୨୫ ଯାଏ ହୋଇ ଏହାର ରେଜଲ୍ଟ ମଧ୍ୟ ଡିସେମ୍ବର ୬ ତାରିଖରେ ବାହାରିଥିଲା । ଇଣ୍ଟରଭ୍ୟୁ ମେ’ ୧୮ରେ ଶେଷ ହୋଇଥିଲା ।

Related Posts