୨୦୨୨ ବର୍ଷ ପାଇଁ ଦିନିକିଆର ଶ୍ରେଷ୍ଠ ଦଳ ଘୋଷଣା କଲା ଆଇସିସି: ଦଳରେ ଦୁଇ ଭାରତୀୟ ଖେଳାଳି ସାମିଲ

ଭୁବନେଶ୍ୱର,୨୪/୧(ସତ୍ୟପାଠ ବ୍ୟୁରୋ): ୨୦୨୨ ବର୍ଷ ପାଇଁ ଇଣ୍ଟରନେସନାଲ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆର ଶ୍ରେଷ୍ଠ ଟିମ ଘୋଷଣା କରିଛି । ଆଇସିସିର ଏହି ୧୧ ଜଣିଆ ଦଳରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସ୍ଥାନ ମିଳିନାହିଁ । ତେବେ ଆଇସିସି ପକ୍ଷରୁ ଏହି ଟିମର ଅଧିନାୟକ ଭାବେ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ଚୟନ କରାଯାଇଛି । ଏହି ଟିମରେ ୨ ଜଣ ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିଛି । ସେମାନେ ହେଲେ ଶ୍ରେୟାସ ଆୟର ଓ ମହମ୍ମଦ ସିରାଜ ।

ତେବେ ଗତ ବର୍ଷ ଦମଦାର ଫର୍ମରେ ରହିଥିବା ଶ୍ରେୟାସ ଏବର୍ଷ ଆରମ୍ଭରୁ କିନ୍ତୁ ଫ୍ଲପ ହୋଇଛନ୍ତି । ସେ ଗତବର୍ଷ ଦିନିକିଆ ଫର୍ମାଟରେ ଭାରତ ପାଇଁ ସର୍ବାଧିକ ରନ କରିଥିଲେ । ସେ ୧୭ ମ୍ୟାଚରୁ ୭୨୪ ରନ କରିଥିଲେ । ସେହିପରି ସିରାଜ ୨୦୨୨ରେ ମୋଟ ୧୫ ମ୍ୟାଚ ଖେଳି ୨୪ଟି ୱିକେଟ ହାସଲ କରିଥିଲେ ।

୨୦୨୨ ପାଇଁ ଆଇସିସି ୱାନଡେ ଟିମ ଅଫ ଦ ଇୟର


ବାବର ଆଜମ (ଅଧିନାୟକ)- ପାକିସ୍ତାନ
ଟ୍ରେବିସ ହେଡ -ଅଷ୍ଟ୍ରେଲିଆ
ସାଇ ହୋପ – ୱେଷ୍ଟଇଣ୍ଡିଜ
ଶ୍ରେୟାସ ଆୟର- ଭାରତ
ଟମ ଲାଥମ – ନ୍ୟୁଜିଲାଣ୍ଡ (ୱିକେଟ୍ କିପର)
ସିକନ୍ଦର ରାଜା – ଜିମ୍ବାୱେ
ମେହଦୀ ହସନ ସିରାଜ – ବାଂଲାଦେଶ
ଅଲ୍ଜାରୀ ଜୋସେଫ – ୱେଷ୍ଟଇଣ୍ଡିଜ
ମହମ୍ମଦ ସିରାଜ – ଭାରତ
ଟ୍ରେଣ୍ଟ ବୋଲ୍ଟ – ନ୍ୟୁଜିଲାଣ୍ଡ
ଏଡମ ଜାମ୍ପା -ଅଷ୍ଟ୍ରେଲିଆ

Related Posts