ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ର ୧ ନମ୍ବର ସ୍ଥାନରେ ଟିମ୍‌ ଇଣ୍ଡିଆ, ଦ୍ବିତୀୟରେ ନ୍ୟୁଜିଲାଣ୍ଡ

ସତ୍ୟପାଠ ସ୍ପୋର୍ଟ୍ସ ଡେସ୍କ: ପୁନେ ଟେଷ୍ଟରେ ଭାରତ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ଇନିଂସ ଓ ୧୩୭ ରନରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ୨୦୦ ପଏଣ୍ଟ ସହ ସର୍ବୋଚ୍ଚ ସ୍ଥାନରେ ପହଞ୍ଚିଛି । ଅନ୍ୟ ଟିମଗୁଡ଼ିକ ଭାରତଠାରୁ ବହୁ ପଛରେ ରହିଛନ୍ତି । ଭାରତ ୪ଟି ମ୍ୟାଚରେ ବିଜୟ ହାସଲ କରି ୨୦୦ ପଏଣ୍ଟ ପାଇଥିବାବେଳେ ୨ୟ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ୨ଟି ମ୍ୟାଚଖେଳି ୧ ବିଜୟ ୧ ପରାଜୟ ସହ ୬୦ ପଏଣ୍ଟ ପାଇଛି ।  ସେହିଭଳି ୩ୟ ସ୍ଥାନରେ ଥିବା ଶ୍ରୀଲଙ୍କା ମଧ୍ୟ ୨ଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହ ୬୦ ପଏଣ୍ଟ ପାଇଛି । ୪ର୍ଥ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ଦଳ ୫ଟି ମ୍ୟାଚ ଖେଳି ୨ ବିଜୟ, ୨ ପରାଜୟ ଓ ଗୋଟିଏ ଡ୍ର ସହିତ ୫୬ ପଏଣ୍ଟ ପାଇଛି । ବିଶ୍ୱ ଚାମ୍ପିୟନ ଇଂଲାଣ୍ଡ ଦଳ ମଧ୍ୟ ୫ଟି ମ୍ୟାଚ ଖେଳି ୨ ବିଜୟ, ୨ ପରାଜୟ ଓ ଗୋଟିଏ ଡ୍ର ସହିତ ୫୬ ପଏଣ୍ଟ ପାଇଛି । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା, ଓ୍ଵେଷ୍ଟଇଣ୍ଡିଜ, ବାଂଲାଦେଶ ଓ ପାକିସ୍ତାନ ଟିମ୍ ଏଯାଏ କୌଣସି ପଏଣ୍ଟ ପାଇନାହାନ୍ତି ।

Related Posts