ଦାରିଙ୍ଗବାଡ଼ିରେ ପଡ଼ିଲା ବରଫ

କିଛିଦିନର ଲୁଚକାଳି ଖେଳ ପରେ ରାଜ୍ୟକୁ ଫେରିଛି ଶୀତ ଲହରୀ । ଥଣ୍ଡାର ସବୁଠାରୁ ଅଧିକ ପ୍ରଭାବ ଦେଖିବାକୁ ମିଳୁଛି କନ୍ଧମାଳ ଜିଲ୍ଲାରେ । ଜିଲ୍ଲାରେ ପାରଦ ଖସିଛି ।

କେତେକ ସ୍ଥାନରେ ତୁଷାରପାତ ମଧ୍ୟ ହୋଇଛି । ଗ୍ରୀନ୍‌ବାଡ଼ି, ଦାରିଙ୍ଗବାଡ଼ି, ଲାଇନଡ଼ା, ସାରିଙ୍ଗୀଇର୍ପି, ଡିକେବାଡ଼ି ଓ ଜିଲାବାଡ଼ିରେ ବରଫପାତ ହୋଇଛି । ସକାଳୁ ଘରର ଛାତ, ଘାସ ଉପରେ ବରଫ ପଡିଥିବା ଦେଖାଯାଇଥିଲା । ଏହାକୁ ଦେଖିବା ପାଇଁ ବାହାରୁ ଆସିଥିବା ପର୍ଯ୍ୟଟକଙ୍କ ଭିଡ଼ ଜମିଛି ।

Related Posts