ଇସ୍ତଫା ଦେଲେ କନକବର୍ଦ୍ଧନ, କେଉଁଥିରୁ ପଢ଼ନ୍ତୁ

ସତ୍ୟପାଠ ବ୍ୟୁରୋ : ବିଧାନସଭା ସ୍ୱାଧିକାର କମିଟିରୁ ଇସ୍ତଫା ଦେଲେ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ । ଜଗି ମଙ୍ଗତ ପଣ୍ଡାଙ୍କ ଭଳି ଜଣେ ମହିଳା ଶିଳ୍ପୋଦ୍ୟୋଗିଙ୍କୁ ସ୍ୱାଧିକାର କମିଟି ନୋଟିସ ଦେଇଥିବାରୁ ଏହାର ପ୍ରତିବାଦରେ ସେ କମିିଟିରୁ ଇସ୍ତଫା ଦେଇଛନ୍ତି । ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କୁ ପତ୍ର ଲେଖି ସେ ଏହା ଅବଗତ କରାଇଛନ୍ତି ।

ସିଂହଦେଓ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତିଯେ, ସ୍ୱାଧିକାର ଭଙ୍ଗ ନେଇ ତାରା ବାହିନୀପତି ନୋଟିସ ଦେଇଥିଲେ । ସେ କେଉଁଠି ଜଗି ମଙ୍ଗତଙ୍କୁ ସମନ କରିବାକୁ କହିନଥିଲେ । ଏଭଳି କ୍ଷେତ୍ରରେ ସାଧାରଣତଃ ସମ୍ପାଦକ ଓ ରିପୋର୍ଟରଙ୍କୁ ସମନ ହୋଇଥାଏ । ଜଗି ମଙ୍ଗତ ପଣ୍ଡା ରାଜ୍ୟର ଜଣେ ଜଣାଶୁଣା ମହିଳା ଶିଳ୍ପୋଦ୍ୟୋଗୀ । ତାଙ୍କୁ ଏମିତି ସର୍ବସାଧାରଣରେ ହଇରାଣ କରାଯିବା ମହିଳା ବିରୋଧୀ । ସ୍ୱାଧିକାର କମିଟି ଅଧ୍ୟକ୍ଷଙ୍କ ଏଭଳି କାରବାର ପଛରେ ରାଜନୈତିକ ଗନ୍ଧ ବାରିହେଉଛି । ରାଜନୈତିକ କାରଣରୁ ତାଙ୍କୁ ସମନ କରାଯାଇଥିବା ସ୍ପଷ୍ଟ ହେଉଛି । ଏଭଳି କ୍ଷେତ୍ରରେ କମିଟିରେ ରହିବାକୁ ମୁଁ ଉଚିତ ଭାବୁନାହିଁ ବୋଲି କେଭି କହିଛନ୍ତି ।

Related Posts