ଛୁଟି ନ ନେବା ପାଇଁ ମିଳିବ 21 କୋଟି ଟଙ୍କା

ସରକାରୀ ହେଉ ବା ଘରୋଇ ଚାକିରି । ଚାକିରି କରିଥିବା ସବୁ ଲୋକ ଛୁଟି ଚାହାଁନ୍ତି । କିନ୍ତୁ କିଛି ଲୋକ କାମ ପ୍ରତି ଏତେ ମନସ୍କ ଥାଆନ୍ତି ଯେ ସେମାନେ ବିନା ଛୁଟିରେ କାମ କରି ଯାଆନ୍ତି ଆଉ ଏହି ଧାରା ଜାରି ରଖନ୍ତି ବର୍ଷ ବର୍ଷ । ଆପଣ କହିପାରନ୍ତି ଏମିତି କରିବା ଦ୍ବାରା କିଛି ଲାଭ ନାହିଁ । କିନ୍ତୁ ଛୁଟି ନ ନେବାର ଲାଭ ଏତେ ହୋଇପାରେ ତାହା ଜାଣିଲେ ଆପଣ ଚମକି ପଡ଼ିବେ ।

ନିଜ ଚାକିରି କାଳରେ କେବେ ବି ଛୁଟି ନେଇ ନ ଥିବାରୁ ଅବସର ସମୟରେ ଜଣେ ବ୍ୟକ୍ତିଙ୍କୁ ମିଳିବ ୨୧ କୋଟି ଟଙ୍କା । ଏହି ବ୍ୟକ୍ତି ହେଉଛନ୍ତି ଅନୀଲ ମଣିଭାଇ ନାଏକ । ନିକଟରେ ଅନୀଲ ନାଏକ ଲାର୍ସନ୍‌ ଏଣ୍ଡ ଟର୍ବୋ (ଏଲ୍‌ ଏଣ୍ଡ୍‌ ଟି)ର ନନ୍‌ ଏକଜ୍ୟୁକେଟିଭ୍‌ ଚେୟାରମ୍ୟାନ୍‌ ପଦରୁ ଅବସର ନେଇଛନ୍ତି ।

ସେ ଚାକିରି କାଳରେ କୌଣସି ଛୁଟିରେ ଯାଇ ନଥିବାରୁ ତାଙ୍କୁ କମ୍ପାନୀରୁ ୨୧ କୋଟି ଟଙ୍କା ମିଳିବ । ଅନୀଲଙ୍କୁ ଭାରତର ଦ୍ୱିତୀୟ ଶ୍ରେଷ୍ଠ ନାଗରିକ ସମ୍ମାନ ‘ପଦ୍ମ ବିଭୂଷଣ’ ପାଇଁ ମଧ୍ୟ ଚୟନ କରାଯାଇଛି ।

ଅନୀଲ ନାଏକ ଲାର୍ସନ ଏଣ୍ଡ୍‌ ଟର୍ବୋ କମ୍ପାନୀରେ ୧୮୬୫ରେ ଜୁନିଅର ଇଞ୍ଜିନିୟର ଭାବରେ ଯୋଗଦେଇଥିଲେ । ତାଙ୍କୁ ୨୦୦୯ରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି ।

ଏଲ୍‌ ଆଣ୍ଡ୍‌ ଟିର ବାର୍ଷିକ ରିପୋର୍ଟ ୨୦୧୭-୧୮ରେ କୁହାଯାଇଛି ଯେ, ନାଏକ ଆଦୌ ଛୁଟି ନେଇ ନଥିବାରୁ ୨୧ କୋଟି ୩୩ ଲକ୍ଷ ଟଙ୍କା ପାଇବେ ।

ତାଙ୍କର ପେଆଉଟ ୧୩୭ କୋଟି ଥିବା ବେଳେ ବେସିକ ସାଲାରି ଥିଲା ୨.୭ କୋଟି ଟଙ୍କା । ନାଏକ ଥିଲେ ଜଣେ ପ୍ରାଥମିକ ସ୍କୁଲର ଶିକ୍ଷକଙ୍କ ପୁଅ । ନିଜର ନିଷ୍ଠା ଓ ପରିଶ୍ରମ ବଳରେ ଦେଶର ଏକ ବଡ଼ କମ୍ପାନୀର ପ୍ରମୁଖ ପଦରେ ପହଞ୍ଚିଥିଲେ ।

Related Posts