ପ୍ରକାଶ ପାଇଲା ICSE ର ଦଶମ ଶ୍ରେଣୀ ପରୀକ୍ଷା ଫଳ, ପାସ ହାର ୯୯.୯୭

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରକାଶ ପାଇଛି କାଉନସିଲ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ ଏଗଜାମିନେସନ(ICSE) ର ୧୦ମ ଶ୍ରେଣୀ ପରୀକ୍ଷା ଫଳାଫଳ । ଛାତ୍ରଛାତ୍ରୀ ନିଜ ରୋଲ୍ ନମ୍ବର ସାହାଯ୍ୟରେ ନିଜର ରେଜଲ୍ଟ ଦେଖିପାରିବେ ତଥା ଡାଉନଲୋଡ କରିପାରିବେ । ଏଥିପାଇଁ ବୋର୍ଡ ୱେବସାଇଟ୍ cisce.org ଏବଂ results.cisce.org କୁ ଯାଇ ରେଜଲ୍ଟ ଚେକ୍ କରିପାରିବେ ।

ଚଚଳିତ ବର୍ଷ ୧୦ମ ଶ୍ରେଣୀରେ ଝିଅମାନେ ଭଲ ରେଜଲ୍ଟ କରିଛନ୍ତି । ଛାତ୍ରୀଙ୍କ ପାସ୍ ହାର ୯୯.୯୮ % ରହିଥିବାବେଳେ, ଛାତ୍ରଙ୍କ ପାସ୍ ହାର ୯୯.୯୭ ପ୍ରତିଶତ ରହିଛି ।

Related Posts