ଯଦି ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ହେବାକୁ ଚାହୁଁନାହାନ୍ତି, ତେବେ ତାଙ୍କୁ ବାଧ୍ୟ କରାଯାଇ ପାରିବ ନାହଁ ; ଦିଗବିଜୟ ସିଂହ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ଯଦି ରାହୁଲ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ଚାହୁଁନାହାନ୍ତି, ତାହେଲେ ତାଙ୍କୁ ବାଧ୍ୟ କରାଯାଇ ପାରିବ ନାହଁ। ଏଭଳି ମନ୍ତବ୍ୟ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ । ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ ଆହୁରି କହିଛନ୍ତି ଯେ, ରାହୁଲ୍ ଯଦି କଂଗ୍ରେସର ଅଧ୍ୟକ୍ଷ ହେବା ପାଇଁ ଚାହୁଁନାହାନ୍ତି ତାହେଲେ ତାଙ୍କୁ ଆମେ ଏଥିପାଇଁ ଚାପ ପକାଇପାରିବା ନାହିଁ। ଏହାପୂର୍ବରୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ କହିଥିଲେ ଯେ, ରାହୁଲ କଂଗ୍ରସର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବା ଉଚିତ। ସେ କହିଛନ୍ତି ଯେ, ସାରା ଦେଶର କଂଗ୍ରେସ କର୍ମୀମାନେ ତାଙ୍କ ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ଅଛନ୍ତି। ଯଦି ସେ କଂଗ୍ରସର ଅଧ୍ୟକ୍ଷ ପଦ ସମ୍ଭାଳିବେ ତାହେଲେ ସମସ୍ତ କଂଗ୍ରେସ କର୍ମୀ ଖୁସି ହେବେ।


ସୂଚନାଥାଉକି, ସେପ୍ଟେମ୍ୱର ୨୦ ସୁଦ୍ଧା କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ହେବାର ଅଛି। କିନ୍ତୁ ଏବେ ସୁଦ୍ଧା ବି ଅଧ୍ୟକ୍ଷ ନିର୍ବାଚନକୁ ନେଇ କୌଣସି ତାରିଖ ଘୋଷଣା କରାଯାଇନାହଁ। ରାହୁଲ୍ ଗାନ୍ଧୀ ଏହି ପଦ ପାଇଁ ପ୍ରତିଦ୍ୱନ୍ଦିତା କରିବାକୁ ନେଇ କୌଣସି ସଙ୍କେତ ମିଳିନାହିଁ। ଅନ୍ୟପଟେ ୨୦୧୯ ରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ରାହୁଲ ଏହି ପଦ ପାଇଁ ମନା କରିଦେଇଛନ୍ତି। କଂଗ୍ରେସ ସୂତ୍ରରୁ କୁହାଯାଇଛି ଯେ, ଏହି ପଦବୀ ପାଇଁ ରାହୁଲଙ୍କ ସହିତ ଆଲୋଚନା କରାଯାଇଥିଲେ ମଧ୍ୟ ପୁଣିଥରେ ସେ ଦାଇତ୍ୱ ନେବାକୁ ମନା କରିଛନ୍ତି।

Related Posts