ଯଦି ରାଜୀବ ଗାନ୍ଧୀ ହକି ଷ୍ଟିକ୍ ଉଠାଇ ନାହାଁନ୍ତି, ତେବେ ମୋଦୀ କ୍ରିକେଟରେ କଣ ରେକର୍ଡ କରିଛନ୍ତି ? : ଶିବସେନା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର :  ଭାରତର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାରର ନାମ ପରିବର୍ତ୍ତନ ପରେ ଏବେ ରାଜନୀତି ଜୋର ଧରିଛି। କଂଗ୍ରେସ ପରେ ଏବେ ଶିବସେନା ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି । ଦଳର ମୁଖପାତ୍ର ‘ସାମାନା’ର ସମ୍ପାଦକୀୟରେ କେନ୍ଦ୍ର ସରକାର ଏଭଳି ନାମ ପରିବର୍ତ୍ତନ କରି ରାଜନୀତି କରୁଛନ୍ତି ଏବଂ ପ୍ରତିଶୋଧ ପରାୟଣ ହୋଇ ପଡିଥିବା ଅଭିଯୋଗ କରିଛି।

ସୂଚନା ଥାଉକି ଗତ ସପ୍ତାହରେ କେନ୍ଦ୍ର ସରକାର ରାଜୀବ ଗାନ୍ଧୀ ଖେଲ ରତ୍ନ ପୁରସ୍କାରର ନାମ ପରିବର୍ତ୍ତନ କରି ମେଜର ଧ୍ୟାନ ଚାନ୍ଦ ଖେଲ ରତ୍ନ ପୁରସ୍କାର ଭାବେ ନାମିତ କରିଥିଲେ। ଏହି ପ୍ରସଙ୍ଗକୁ ନେଇ ସାମନା ସମ୍ପାଦକୀୟରେ ଲେଖିଛନ୍ତି, “ରାଜୀବ ଗାନ୍ଧୀଙ୍କ ବଳିଦାନକୁ ଅପମାନ ନକରି ମେଜର ଧ୍ୟାନଚାନ୍ଦଙ୍କୁ ସମ୍ମାନ ଦିଆଯାଇ ପାରିଥାନ୍ତା। ଭାରତ ବର୍ତ୍ତମାନ ସେହି ପରମ୍ପରା ଓ ସଂସ୍କୃତିକୁ ଧୀରେ ଧୀରେ ହରାଉଛି। ଆଜି ଧ୍ୟାନ ଚାନ୍ଦ ମଧ୍ୟ ସେହି କଥା ଅନୁଭବ କରୁଥିବେ ।”

ସାମାନାରେ ଆହୁରି ଲେଖିଛନ୍ତି, “ଆଜି ଏମିତି ଏକ ସମୟ ଆସିଛି ଯେତେବେଳେ ଟୋକିଓ ଅଲିମ୍ପିକ୍ସରେ ସମଗ୍ର ଦେଶ ଭାରତର ପ୍ରଦର୍ଶନର ସୁବର୍ଣ୍ଣ ସମୟକୁ ପାଳନ କରୁଛି, କେନ୍ଦ୍ର ସରକାର ଏକ ରାଜନୈତିକ ଖେଳ ଖେଳିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଖେଳ ଅନେକ ଲୋକଙ୍କୁ ଆହତ କରିଛି। ” ସମ୍ପାଦକୀୟରେ ଶିବସେନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ସେ ଲେଖିଛନ୍ତି ଯେ ସରକାର ଦାବି କରୁଛନ୍ତି ଯେ ନାମ ପରିବର୍ତ୍ତନ କରିବାର ନିଷ୍ପତ୍ତି ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ନିଆଯାଇଛି, ଏଥିରେ କୌଣସି ବିବାଦ ନାହିଁ କାରଣ କଂଗ୍ରେସ ମଧ୍ୟ ଏପରି କରୁଥିଲା।

ମୁଖପାତ୍ର ଲେଖିଛନ୍ତି, “ଅମିତ ଶାହାଙ୍କ କଥା ଶତପ୍ରତିଶତ ସଠିକ୍ ଅଟେ। ତାଙ୍କ ବୟାନକୁ ନେଇ ଯୁକ୍ତିତର୍କ କରିବାର କୌଣସି ଅର୍ଥ ନାହିଁ କାରଣ ଗତ ୭୦ ବର୍ଷ ମଧ୍ୟରେ କଂଗ୍ରେସ ସରକାରରେ ନେହେରୁ, ଗାନ୍ଧୀ, ରାଓ, ମନମୋହନ ସିଂହ , ମୋରାରଜୀ ଦେଶାଇ , ଦେବଗୌଡା, ଗୁଜରାଲ, ଚନ୍ଦ୍ରଶେଖର ଯାହା କରିଛନ୍ତି ତାହା ସେମାନଙ୍କ କାର୍ଯ୍ୟଗୁଡ଼ିକୁ ଉଜ୍ଜ୍ୱଳ କରିବା ପାଇଁ କାର୍ଯ୍ୟ କରାଯାଇଛି। ” ତେଣୁ ସରକାର କେତେବେଳେ ପ୍ରତିଶୋଧ ପରାୟଣ ଏବଂ ବିଦ୍ବେଷ ଭାବରେ ପରିଚାଳିତ ହେବା ଉଚିତ୍ ନୁହେଁ । ଏହା ମଧ୍ୟ ଏକ ଜନସାଧାରଣଙ୍କ ଭାବନା ଯାହାକୁ ଧ୍ୟାନ ଦେବା ଉଚିତ୍।

ଶିବସେନା ପକ୍ଷରୁ ପ୍ରଶ୍ନ କରାଯାଇଛି ଯେ , “ବିଜେପି ନେତା ମାନେ କହୁଛନ୍ତି ଯେ ରାଜୀବ ଗାନ୍ଧୀ କେବେ ତାଙ୍କ ହାତରେ ହକି ଷ୍ଟିକ୍ ଧରି ନଥିଲେ ? ସେମାନଙ୍କର ଏହି ପ୍ରଶ୍ନଟି ଯୁକ୍ତିଯୁକ୍ତ, କିନ୍ତୁ ଯେତେବେଳେ ଅହମ୍ମଦାବାଦରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଷ୍ଟାଡିୟମର ନାମ ବଦଳାଇ ନରେନ୍ଦ୍ର ମୋଦୀ ଷ୍ଟାଡିୟମ କରିଦେଲେ , ସେ ବି ତ କ୍ରିକେଟ ପାଇଁ ସେମିତି କିଛି ଆଖିଦୃଶିଆ କାମ କରି ନାହାନ୍ତି । ଏବଂ ଯେତେବେଳେ ଦିଲ୍ଲୀର ଷ୍ଟାଡିୟମର ନାମ ଅରୁଣ ଜେଟଲୀଙ୍କ ନାମରେ ହୋଇଥିଲା। ସେଠାରେ ମଧ୍ୟ ସମାନ ମାନଦଣ୍ଡ ମଧ୍ୟ ଲାଗୁ ହୋଇପାରେ। ଲୋକମାନେ ଏହି ପ୍ରଶ୍ନ ମଧ୍ୟ ପଚାରୁଛନ୍ତି।”

 ସାମନାରେ ଆହୁରି ମଧ୍ୟ ଲେଖିଛନ୍ତି, “ଆତଙ୍କବାଦୀଙ୍କ ଦ୍ବାରା ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା। ରାଜୀବ ଗାନ୍ଧୀ ମଧ୍ୟ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିଲେ। ତାଙ୍କ ସହ ମତଭେଦ ଥାଇପାରେ। ଗଣତନ୍ତ୍ରରେ ଭିନ୍ନ ଭିନ୍ନ ସ୍ଥାନ ରହିଛି, କିନ୍ତୁ ଉଭୟ ପ୍ରଧାନମନ୍ତ୍ରୀଙ୍କ ବଳିଦାନ ଭୁଲ ହେବ ନାହିଁ । ଦେଶର ପ୍ରଗତିରେ ସେମାନଙ୍କର ବହୁ ଅବଦାନ ରହିଛି, ତାଙ୍କର ଏହି ଅବଦାନକୁ ପରିହାସ କରାଯାଇପାରିବ ନାହିଁ।” ଶିବସେନା କହିଛି ଯେ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାରର ନାମ ମେଜର ଧ୍ୟାନ ଚାନ୍ଦ ଖେଲ ରତ୍ନ ପୁରସ୍କାର କରିବା ଏକ ରାଜନୈତିକ ଚାଲ୍ ଏହା ଜନସାଧାରଣଙ୍କ ଭାବନା ନୁହେଁ।

Related Posts