
ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳମାନଙ୍କର ଜୋରଦାର ପ୍ରଚାର ଚାଲିଛି । ସେପଟେ ୟୁପି ବିଧାନସଭା ନିର୍ବାଚନର ତୃତୀୟ ପର୍ୟ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଥିବା ଏକ ଉଚ୍ଚ-ପ୍ରୋଫାଇଲ୍ ଆସନ ମଧ୍ୟରୁ ମେନପୁରୀର କରହଲ ବିଧାନସଭା ଆସନ ଅନ୍ୟତମ । କାହିଁକିନା ଏହି ଆସନରୁ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେପଟେ ବିଜେପି ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଏସପି ସିଂ ବାଗେଲ ଅଛନ୍ତି । ଏହା ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହା ବିଜେପି ପ୍ରାର୍ଥୀ ଏସପି ସିଂ ବାଗେଲଙ୍କ ସମର୍ଥନରେ କରହଲରେ ପହଞ୍ଚିଛନ୍ତି । ଏହା ସହ ଏକ ସାଧାରଣ ସଭାରେ ସମ୍ବୋଧିତ କରି ଏସପିକୁ ଟାର୍ଗେଟ କରିଛନ୍ତି । ତେବେ ଯଦି କରହଲରେ ଯଦି କମଲ ଫୁଟିବ ତାହାଲେ ପୁରା ୟପିରେ ଏସପି ସଫା ହୋଇଯିବ । କରହଲରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ଅମିତ ଶାହା କହିଛନ୍ତି ଯେ ମୁଁ କରହଲବାସୀଙ୍କୁ ପଚାରିବାକୁ ଚାହୁଁଛି ଯେ ମୋଦୀ ଜିଙ୍କ ନେତୃତ୍ୱରେ ୩୦୦ ରୁ ଅଧିକ ସିଟ୍ ବିଶିଷ୍ଟ ବିଜେପି ସରକାର ଗଠନ ହେଉ।
ଏଥିପାଇଁ କରହଲରୁ ଗୋଟିଏ ବିଜୟ ହିଁ ସମଗ୍ର ୩୦୦ ସିଟ ଜିତିବାରେ ସହାୟକ ହେବ । ଫଳରେ ୟୁପିରୁ ସମାଜବାଦୀ ପାର୍ଟି ସମ୍ପୂର୍ଣ୍ଣ ଭାବରେ ସଫା ହୋଇଯିବ । ଅମିତ ଶାହା କହିଛନ୍ତି, “ମୁଁ ଟିଭିରେ ଦେଖୁଥିଲି, ଅଖିଳେଶ କହିଥିଲେ ଯେ ସେ କାଗଜପତ୍ର ଦାଖଲ କରିବା ପରେ ମାର୍ଚ୍ଚ ୧୦ ରେ ଆସିବେ। ସେ ଷଷ୍ଠ ଦିନରେ ମଇଦାନକୁ ଆସିଥିଲେ ଏବଂ ଏହି କଠିନ ଖରାରେ ପ୍ରଚାର କରିଥିଲେ । ମୋତେ କୁହ ଭାଇ, ଯଦି ଏହା ଆରମ୍ଭ, ତେବେ ଶେଷ କ’ଣ ହେବ? ୟୁପିରେ କମଲ ବୋଲି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ।