ଭାଜପାର ଅର୍ଥ ହେଉଛି ଭାରତୀୟ ଝଗଡ଼ା ପାର୍ଟି: ଅଖିଳେଶ ଯାଦବ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛି । ଏନେଇ ସମସ୍ତ ରାଜନୈତିକ ଦଳମାନେ ପ୍ରଚାର ଜୋରଦାର କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହା ପ୍ରଚାର କରୁଥିବା ସମୟରେ ସମାଜବାଦୀ ପାର୍ଟି ଓ କଂଗ୍ରେସ ଉପରେ ଖୁବ ବର୍ଷିଥିବାର ଦେଖିବାକୁ ମିଳିଥିଳା । ଏପରିକି ସେ ସମାଜବାଦୀ ପାର୍ଟିର ଅର୍ଥ ମଧ୍ୟ ସେ ଲୋକମାନଙ୍କୁ କହିଥିଲେ । ତେବେ ଏସର ଅର୍ଥ ହେଉଛି ସମ୍ପତ୍ତି ଏକତ୍ର କରିବା ଓ ପିର ଅର୍ଥ ହେଉଛି ପରିବାର ଲୋକଙ୍କୁ ଶାସନ କ୍ଷମତା ଦେବା । ଶାହା କହିଛନ୍ତି ସମାଜବାଦୀ ପାର୍ଟ ସରକାରରେ ଅଖିଳେଶ ଯାଦବଙ୍କ ପରିବାରର ୪୫ ଜଣଙ୍କୁ ଭିନ୍ନ ଭିନ୍ନ ପଦ ମିଳିଥିଲା ।

ଅନ୍ୟପଟେ ଏହାର ଜବାବ ଅଖିଳେଶ ଯାଦବ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଭାଜପା ସବୁବେଳେ ଜନତାଙ୍କୁ ଧୋକା ଦେଇଥାଏ । ଭୁଲ କଥା କହିଥାଏ । ଜଣ ଜଣଙ୍କ ମଧ୍ୟରେ ଝଗଡ଼ା ଲଗାଇଥାଏ । ତେଣୁ ବର୍ତ୍ତମାନ ଭାଜପା ଦଳର ନାମ ପରିବର୍ତ୍ତନ କରି ଭାରତୀୟ ଝଗଡ଼ା ପାର୍ଟି କରିଦେବା ଦରକାର ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts