ମନ୍ଦିରରେ ହନୁମାନ ଚାଳିସା ବଜାଇବା ପାଇଁ ଯଦି ଲାଉଡସ୍ପିକର ଦରକାର, ତାହାଲେ ଆମେ ସ୍ପିକର ମାଗଣାରେ ଦେବୁ: ବିଜେପି ନେତା ମୋହିତ କାମ୍ବୋଜ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରରେ ମସଜିଦରୁ ଲାଉଡ ସ୍ପିକର ହଟାଇବା ପ୍ରସଙ୍ଗକୁ ନେଇ ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏହା ମଧ୍ୟରେ ଆଜାନ ପାଇଁ ଲାଉଡ ସ୍ପିକର ବ୍ୟବହାର ବିରୋଧରେ ଚାଲିଥିବା ଅଭିଯାନ ମଧ୍ୟରେ ବିଜେପି ନେତା ମୋହିତ କାମ୍ବୋଜ କହିଛନ୍ତି ଯେ ମନ୍ଦିରରେ ଲାଉଡ ସ୍ପିକର ସ୍ଥାପନ ମାଗଣାରେ କରାଯିବ। ତେବେ ମନ୍ଦିରରେ ସ୍ଥାପନ କରିବା ପାଇଁ ଲାଉଡ ସ୍ପିକର ଆବଶ୍ୟକ କରୁଥିବା ବ୍ୟକ୍ତି ଆମକୁ ମାଗଣାରେ ମାଗି ପାରିବେ! ସମସ୍ତ ହିନ୍ଦୁଙ୍କର ଗୋଟିଏ ସ୍ୱର ରହିବା ଉଚିତ! ଜୟ ଶ୍ରୀ ରାମ! ହର ହର ମହାଦେବ! ବୋଲି ବିଜେପି ନେତା ମୋହିତ କାମ୍ବୋଜ କହିଛନ୍ତି ।

ସେପଟେ ରାଜ ଠାକରେ ତାଙ୍କର ଏକ ଭାଷଣ ସମୟରେ ଚେତାବନୀ ଦେଇଥିଲେ ଯେ ଯଦି ମସଜିଦରୁ ଲାଉଡ ସ୍ପିକର ହଟାଯାଏ ନାହିଁ, ତା’ହେଲେ ତାଙ୍କ ଦଳର ମହାରାଷ୍ଟ୍ର ନବନିର୍ମାନ ସେନାର କର୍ମକର୍ତ୍ତାମାନେ ମସଜିଦ ସମ୍ମୁଖରେ ହନୁମାନ ଚଲିସା ବଜାଇବେ । ଏହା ପରେ, ଏମଏନଏସ ନେତାମାନେ ରାଜ୍ୟର ଅନେକ ସ୍ଥାନରେ ଲାଉଡ ସ୍ପିକର ମାଧ୍ୟମରେ ହନୁମାନ ଚଲିସା ବଜାଇବା ଆରମ୍ଭ କରିଥିଲେ । ବର୍ତ୍ତମାନ ଏହି ବିବାଦ ବହୁତ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର ଶିବସେନା, ଏନସିପି ଏବଂ କଂଗ୍ରେସ ମିଳିତ ସରକାର ରାଜ ଠାକରେଙ୍କ ବିବୃତ୍ତି ଉପରେ ଆପତ୍ତି ଉଠାଇଛନ୍ତି। ସେପଟେ ମୋହିତ କାମ୍ବୋଜ ଜଣେ ବିଜେପି ନେତା ଏବଂ ତାଙ୍କୁ କୋଟିପତି ଶିଳ୍ପପତିଙ୍କ ମଧ୍ୟରେ ଗଣାଯାଏ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts