ଶ୍ରୀଲଙ୍କା ଅର୍ଥନୈତିକ ସଙ୍କଟ ମଧ୍ୟରେ ନିଯୁକ୍ତିର ମାତ୍ର ଗୋଟିଏ ଦିନ ପରେ ଇସ୍ତଫା ଦେଲେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀଲଙ୍କାରେ ଅର୍ଥନୈତିକ ସଙ୍କଟ ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଜିନିଷର ଦର ଆକାଶ ଛୁଆଁ ହେବାରେ ଲାଗିଛି । ସେପଟେ ସରକାରଙ୍କ ଉପରେ ଜନସାଧାରଣଙ୍କ ଆକ୍ରୋଶ ବଢ଼ିବାରେ ଲାଗିଛି । ଏନେଇ ଠାଣେ ଠାଣେ ପ୍ରତିବାଦ କରାଯାଉଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ଅର୍ଥନୈତିକ ସଙ୍କଟ ମଧ୍ୟରେ ଦେଶର ନୂତନ ଅର୍ଥମନ୍ତ୍ରୀ ରୂପେ ସୋମବାର ନିଯୁକ୍ତି ପାଇଥିବା ଅଲ୍ଲୀ ସାବ୍ରି ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ପୂର୍ବରୁ ଦେଶର ଅର୍ଥମନ୍ତ୍ରୀ ଥିବା ତାଙ୍କ ଭାଇ ବାସିଲ ରାଜପାକ୍ଷେଙ୍କୁ ବରଖାସ୍ତ କରିବା ପରେ ସୋମବାର ଅଲ୍ଲୀ ସାବ୍ରିଙ୍କୁ ଦେଶର ନୂତନ ଅର୍ଥମନ୍ତ୍ରୀ ରୂପେ ନିଯୁକ୍ତି ଦେଇଥିଲେ। ତେବେ, ତାଙ୍କୁ ନିଯୁକ୍ତ କରିବାର ଗୋଟିଏ ଦିନ ପରେ ଶ୍ରୀଲଙ୍କାର ନୂତନ ଅର୍ଥମନ୍ତ୍ରୀ ଅଲି ସାବ୍ରି ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟପଟେ ରାଷ୍ଟ୍ରପତି ରାଜପାକ୍ଷେଙ୍କୁ ଲେଖିଥିବା ଏକ ଚିଠିରେ ସାବ୍ରି କହିଛନ୍ତି ଯେ ସେ ଏକ ଅସ୍ଥାୟୀ ପଦକ୍ଷେପର ଅଂଶ ଭାବରେ ଏହି କାର୍ୟ୍ୟ ଭାର ଗ୍ରହଣ କରିଥିଲେ।

ସାବ୍ରି ଚିଠିରେ କହିଛନ୍ତି, ତଥାପି, ବହୁ ପ୍ରତିଫଳନ ଏବଂ ବିଚାର ବିମର୍ଶ ପରେ ଏବଂ ସାମ୍ପ୍ରତିକ ପରିସ୍ଥିତିକୁ ବିଚାରକୁ ନେବା ପରେ, ସଂପ୍ରତି ଦେଶରେ ସୃଷ୍ଟି ହୋଇଥିବା ଅଭୂତପୂର୍ବ ଆଥିକ ସଙ୍କଟର ସମାଧାନ ଓ ମୁକାବିଲା କରିବା ପାଇଁ ଉପଯୁକ୍ତ ମଧ୍ୟବର୍ତ୍ତୀକାଳୀନ ବ୍ୟବସ୍ଥା କରିବା ପାଇଁ ଆପଣଙ୍କୁ ମୁଁ ବର୍ତ୍ତମାନ ମତ ଦେଉଛି ଏବଂ ଜଣେ ନୂତନ ଅର୍ଥମନ୍ତ୍ରୀ ନିଯୁକ୍ତି ସମେତ ଏ କ୍ଷେତ୍ରରେ ଏକ ଅଣ ପାରମ୍ପାରିକ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଥିବା ମୁଁ ଅନୁଭବ କରୁଛି ବୋଲି ନିଜ ଇସ୍ତଫା ପତ୍ରରେ ଅଲ୍ଲୀ ସାବ୍ରି ଉଲ୍ଲେଖ କରିଛନ୍ତି। ସେପଟେ ରାଷ୍ଟ୍ରପତି ରାଜପାକ୍ଷେଙ୍କ ଦ୍ୱାରା ନିଯୁକ୍ତ ଚାରି ଜଣ ନୂତନ ମନ୍ତ୍ରୀଙ୍କ ମଧ୍ୟରେ ଅଲ୍ଲୀ ସାବ୍ରି ଥିଲେ ଅନ୍ୟତମ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Related Posts