ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘଦିନ ଧରି ଯୁଦ୍ଧ ଚାଲିଛି । ପ୍ରାୟ ଦୁଇମାସ ଧରି ଏହି ଯୁଦ୍ଧ ଚାଲିଛି । ଏହା ମଧ୍ୟରେ ୟୁକ୍ରେନର ଅଧା ସହର ରୁଷ କବଜାକୁ ଚାଲିଯାଇଥିବା ବେଳେ ରୁଷ ୟୁକ୍ରେନ ସୈନ୍ୟବାହିନୀକୁ ତୁରନ୍ତ ଅସ୍ତ୍ର ତଳେ ପକାଇ ଆତ୍ମସମର୍ପଣ କରିବାକୁ କହିଛି। ନ୍ୟୁଜ୍ ଏଜେନ୍ସି ଏଏଫପି ଏହି ସୂଚନା ଦେଇଛି। ଆତ୍ମସମର୍ପଣ ସହ ମାରିୟୁପୋଲ ସହରକୁ କବଜା କରିଥିବା ରୁଷ ସେନାକୁ ନଅଟକାଇବା ପାଇଁ ୟୁକ୍ରେନକୁ ରୁଷ ଶେଷ ଚେତାବନୀ ଦେଇଥିବା ଏଏଫପି ନିଜ ରିପୋର୍ଟରେ ଦର୍ଶାଇଛି। ରୁଷର ପ୍ରତିରକ୍ଷା ମନ୍ତ୍ରୀ ୟୁକ୍ରେନର ରାଜଧାନୀ କିବକୁ ସମ୍ବୋଧିତ କରି କହିଛନ୍ତି ଯେ, ଯୁକ୍ରେନ ସେନା ଯୁଦ୍ଧବିମାନକୁ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେବା ଏବଂ ଅନାବଶ୍ୟକ ପ୍ରତିରୋଧ କରିବା ବନ୍ଦ କରନ୍ତୁ। ଯଦି ମାରିୟୁପୋଲରେ ରୁଷ ସେନାକୁ ଅଟକାଉଥିବା ୟୁକ୍ରେନ ସେନା ଅସ୍ତ୍ର ତଳେ ପକାଇ ଆତ୍ମସମର୍ପଣ କରନ୍ତି, ତେବେ ସେମାନଙ୍କ ଜୀବନ ବଞ୍ଚିଯିବ। ତେବେ ଗତକାଲି ରାତିସାରା ରୁଷ୍ ୟୁକ୍ରେନ୍ର ବିଭିନ୍ନ ସାମରିକ ପ୍ରତିଷ୍ଠାନ ଉପରେ ଜୋରଦାର ଆକ୍ରମଣ କରିଛି। ରାତିକରେ ରୁଷ୍ ୟୁକ୍ରେନ୍ର ୧୬ ସାମରିକ ପ୍ରତିଷ୍ଠାନ ଧ୍ବଂସ କରିଦେଇଛି।
ଏଥିରେ ୫ କମାଣ୍ଡ ପୋଷ୍ଟ, ତୈଳ ଡିପୋ ଆଦି ରହିଛି। ଖାରକିଭ, ଜାପୋରିଝିଆ, ଡୋନେସ୍କ, ନିପ୍ରୋପେଟ୍ରୋଭସ୍କ ଏବଂ ମାରିୟୁପୋଲ୍ରେ ଥିବା ସାମରିକ ପ୍ରତିଷ୍ଠାନ ଉପରେ ରୁଷ୍ ଆକ୍ରମଣ କରିଛି। ୧୦୮ ଅଞ୍ଚଳକୁ ରୁଷ୍ ଟାର୍ଗେଟ୍ କରିଥିଲା। ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟର ଦାବି ଅନୁଯାୟୀ ୟୁକ୍ରେନ୍ ରୁଷ୍କୁ ସାରା ବିଶ୍ବ ଆଗରେ ନିନ୍ଦିତ କରିବାପାଇଁ ଏକ ନିଷ୍ଠୁର ଗଣହତ୍ୟାର ଯୋଜନା କରିଛି। ୟୁକ୍ରେନ୍ ଏପ୍ରିଲ ୨୩ ରାତିରେ ବିଭିନ୍ନ ଚର୍ଚ୍ଚରେ ଗୋଳାବର୍ଷା କରିବ। ଅନ୍ୟପକ୍ଷେ ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏନେଇ କିଛି କୁହାଯାଇନି। ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର ଇଗୋର କୋନାଶେନକଭ କହିଛନ୍ତି, ଏଯାବତ୍ ୟୁକ୍ରେନ୍ର ୪୭୦ରୁ ଅଧିକ ଡ୍ରୋନ୍ ଧ୍ବଂସ କରାଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।
