ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କାଶ୍ମୀର ପଣ୍ଡିତମାନଙ୍କୁ ନେଇ ନିର୍ମିତ ହୋଇଥିବାର କାଶ୍ମୀର ଫାଇଲ୍ସ ଫିଲ୍ମଟିର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ସେପଟେ ଫିଲ୍ମ କାଶ୍ମୀର ଫାଇଲକୁ ନେଇ ବିବାଦ ଏପର୍ୟ୍ୟନ୍ତ ସମାଧାନ ହୋଇନାହିଁ। ନେତାଙ୍କ ନିରନ୍ତର ବୟାନବାଜି ଯୋଗୁଁ ଏହି ଚଳଚ୍ଚିତ୍ରଟି ଚର୍ଚ୍ଚାରେ ଅଛି ଜ୍ଝ କିଛି ଦିନ ପୂର୍ବରୁ ଏନସିପି ମୁଖ୍ୟ ଶରଦ ପାୱାର ‘କାଶ୍ମୀର ଫାଇଲ୍ସ’କୁ ନେଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଥିଲା । ଏହି ପ୍ରକାର ଚଳଚ୍ଚିତ୍ରକୁ ସ୍କ୍ରିନିଂ ପାଇଁ ଅନୁମତି ଦିଆଯିବା ଉଚିତ ନୁହେଁ। ଅପରପକ୍ଷେ, ଏହି ଚଳଚ୍ଚିତ୍ରକୁ ଟିକସ ଛାଡ ଦିଆଯାଉଛି ଜ୍ଝ ଯେଉଁମାନେ ଦେଶକୁ ଏକଜୁଟ କରିବା କଥା ସେମାନେ ଏହି ଚଳଚ୍ଚିତ୍ର ଦେଖିବା ପାଇଁ ଆବେଦନ କରୁଛନ୍ତି ବୋଲି ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ।

https://twitter.com/ashokepandit/status/1509904374042345482?s=20&t=1YK4-fGEEnc1JHQs29ul0Q

ଏହା ମଧ୍ୟରେ ଚଳଚ୍ଚିତ୍ର ନିର୍ମାତା ଅଶୋକ ପଣ୍ଡିତ ଶରଦ ପାୱାରଙ୍କ ଏହି ବିବୃତ୍ତି ଉପରେ ପ୍ରତିକ୍ରିୟା ଦେଇଥିବାର ଦେଖିବାକୁ ମିଳିଛି । ଅଶୋକ ପଣ୍ଡିତ ଟ୍ୱିଟରରେ ଲେଖିଛନ୍ତି ଯେ ଶରଦ ପାୱାର ଜି! ମୁଁ ଜଣେ କାଶ୍ମୀରୀ ହିନ୍ଦୁ ଏବଂ ମୋ ଜନ୍ମଭୂମିର ଶପଥ ଗ୍ରହଣ କରି କହୁଛି ଯେ କାଶ୍ମୀର ଫାଇଲରେ ଯାହା ଦେଖାଯାଉଛି ତାହା ୧୦୦% ସତ! ଆମକୁ ହତ୍ୟା କରାଯାଇଥିଲା! ଯଦି ତୁମେ ଆମ ପାଇଁ କିଛି କରିପାରିବ ନାହିଁ, ତାହା କର ନାହିଁ କିନ୍ତୁ ଆମ କ୍ଷତରେ ଲଙ୍କା ଛିଞ୍ଚନ୍ତୁ ନାହିଁ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।