୧୨୨ ବର୍ଷର ରେକର୍ଡ଼ ଭାଙ୍ଗିଲା ମାର୍ଚ୍ଚ ମାସରେ ଅସମ୍ଭାଳ ଗରମ

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ | ଅସହ୍ୟ ଗରମରେ ଅସ୍ତବ୍ୟସ୍ତ ଜନଜୀବନ | ଦିନର ତାପମାତ୍ରା ୪୨ ଡିଗ୍ରୀ ଛୁଇଁ ଥିବା ବେଳେ, ଏଭଳି ତାତି କେବେ ଅନୁଭବ ହୋଇ ନଥିଲା । ମାର୍ଚ୍ଚ ମାସରେ ଅସମ୍ଭାଳ ଗରମ ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଓ ଅସହ୍ୟ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଯାହାକି ପଲ୍ଲୀରୁ ଦିଲ୍ଲୀ ଅନୁଭୂତ ହେଉଛି। ଏମିତିକି ଚଳିତ ମାର୍ଚ୍ଚ ମାସ ସବୁଠୁ ଉତ୍ତପ୍ତ ଭାବେ ପରିଗଣିତ ହୋଇଛି। ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଚଳିତ ମାର୍ଚ୍ଚ ମାସ ୧୨୨ ବର୍ଷର ରେକର୍ଡ଼ ଭାଙ୍ଗିଛି। ୧୯୦୧ ପରଠାରୁ ମାର୍ଚ୍ଚ ମାସରେ କେବେ ଏଭଳି ଗରମ ଅନୁଭୂତ ହୋଇନଥିଲା।

ଚଳିତ ମାର୍ଚ୍ଚ ମାସରେ ଆଭରେଜ୍‌ ତାପମାତ୍ରା ୩୩.୧ ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। ଉତ୍ତର-ପଶ୍ଚିମରୁ ଉତ୍ତପ୍ତ ବାୟୁ ପ୍ରବାହିତ ହେଉଥିବରୁ ଦେଶର ପାରଦ ବୃଦ୍ଧି ପାଇଛି। ଦେଶର ରାଜଧାନୀ ଦିଲ୍ଲୀ ସବୁଠରୁ ଉତ୍ତପ୍ତ ସହର ପାଲଟିଛି।

ଗୁରୁବାର ଦିଲ୍ଲୀର ଅନେକ ଅଞ୍ଚଳରେ ସର୍ବାଧିକ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି। ତେବେ ଆଗକୁ ହିଟ୍‌ ୱେଭ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ମୁଖ୍ୟତଃ ଏପ୍ରିଲ ୩ରୁ ୬ ମଧ୍ୟରେ ଉତ୍କଟ ଗରମ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Related Posts