
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କାଶ୍ମୀର ପଣ୍ଡିତମାନଙ୍କୁ ନେଇ ନିର୍ମିତ ହୋଇଥିବା କାଶ୍ମୀର ଫିଲ୍ମକୁ ନେଇ ଚର୍ଚ୍ଚା ଥମିବାରେ ନାଁ ନେଉନି । ଏହା ମଧ୍ୟରେ ଏନସିପି ସଭାପତି ଶରଦ ପାୱାର ପୁଣି ଥରେ କାଶ୍ମୀର ଫାଇଲ ଫିଲ୍ମ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ତେବେ କାଶ୍ମୀର ଫାଇଲ ନାମକ ଏକ ଚଳଚ୍ଚିତ୍ର ଦେଶରେ ଧାର୍ମିକ ଘୃଣା ସୃଷ୍ଟି କରୁଛି । ୧୯୯୦ ଦଶକ ପୂର୍ବରୁ ଭିପି ସିଂ ପ୍ରଧାନମନ୍ତ୍ରୀ ହୋଇଥିଲେ ଯେତେବେଳେ ଜାମ୍ମୁ କାଶ୍ମୀରରେ ବିଦ୍ରୋହ ତୀବ୍ର ହୋଇଥିଲା ଏବଂ ତାଙ୍କ ସରକାରକୁ ବିଜେପି ସମର୍ଥନ କରିଥିଲା । କିନ୍ତୁ ଏହି ତଥ୍ୟକୁ ଫିଲ୍ମରେ ଲୁଚାଇଦିଆଯାଇଛି ବୋଲି କହିଛନ୍ତି । ଏହା ଉପରେ ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ଏବଂ ଚଳଚ୍ଚିତ୍ରର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଶରଦ ପାୱାରଙ୍କୁ ପ୍ରତିକ୍ରିୟା ଦେଇଛନ୍ତି। ଅଶୋକ ପଣ୍ଡିତ ଟ୍ୱିଟରରେ ଲେଖିଛନ୍ତି ଯେ ଶରଦ ପାୱାର ଜି, କାଶ୍ମୀର ପଣ୍ଡିତଙ୍କ ଉପରେ ଆତଙ୍କବାଦୀ ତଥା ଆତଙ୍କବାଦ କାର୍ୟ୍ୟକଳାପକୁ ପ୍ରକାଶ କରିବା ପାଇଁ ଧାର୍ମିକ ଘୃଣାଭାବ ସୃଷ୍ଟି ହୋଇଛି ବୋଲି କେହି ଜାଣି ନ ଥିଲେ।
ତୁମର ଭୋଟ୍ ବ୍ୟାଙ୍କକୁ ବଞ୍ଚାଇବା ପାଇଁ ଆତଙ୍କବାଦକୁ ଠିକ କହିବା ବନ୍ଦ କର । କାରଣ ଏହା ସମସ୍ତ ସହିଦ ଏବଂ ଆତଙ୍କବାଦର ଶିକାର ହୋଇଥିବା ଲୋକଙ୍କ ପ୍ରତି ଅପମାନ ବୋଲି କହିଛନ୍ତି । ସେହିପରି ଚଳଚ୍ଚିତ୍ରର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ମଧ୍ୟ ଶରଦ ପାୱାରଙ୍କ ଉପରେ ରାଗି ଯାଇ ବଡ଼ ବୟାନ ଦେଇଥିଲେ। ବିବେକ ଅଗ୍ନିହୋତ୍ରୀ ଟ୍ୱିଟରରେ ଲେଖିଛନ୍ତି ଯେ ମିଥ୍ୟା ପୁଣିଥରେ। ଭାରତୀୟ ରାଜନୀତିରେ ସବୁଠୁ ଦୁର୍ନୀତିଗ୍ରସ୍ତ ରାଜନେତା ମଧ୍ୟ ବାସ୍ତବ ଜୀବନରେ ସବୁଠାରୁ କପଟୀ ବ୍ୟକ୍ତି । ମୋତେ ଏବଂ କାଶ୍ମୀରୀ ହିନ୍ଦୁମାନଙ୍କୁ ବ୍ୟକ୍ତିଗତ ଭାବରେ ଗୋଟିଏ କଥା ଏବଂ ସର୍ବସାଧାରଣରେ ବିପରୀତ କଥା କୁହନ୍ତି ବୋଲି ବିବେକ ଅଗ୍ନିହୋତ୍ରୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।