ଇସ୍ଲାମ ଗ୍ରହଣ କର ନତେଚ କାଶ୍ମୀର ଛାଡ଼ି ପଳାଅ; ନଚେତ ମୋଦି ରକ୍ଷା କରିପାରିବେନା ନା ଅମିତ ଶାହା; ଉପତ୍ୟକାରେ କାଶ୍ମୀରୀ ପଣ୍ଡିତଙ୍କୁ ମିଳିଲା ଧମକପୂର୍ଣ୍ଣ ଚିଠି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୯୦ ଦଶକରେ କାଶ୍ମୀରୀ ପଣ୍ଡିତମାନଙ୍କ ସହ ହୋଇଥିବା ଅତ୍ୟାଚାରକୁ ନେଇ ଦ କାଶ୍ମୀର ଫିଲ୍ମ ନିର୍ମିତ । ଏହି ଫିଲ୍ମରେ କାଶ୍ମୀର ପଣ୍ଡିତମାନଙ୍କର ସେହି ସମୟ ଦୁଃଖ ଓ ଯନ୍ତ୍ରଣାକୁ ଦର୍ଶାଯାଇଛି । ଏହା ପରେ ଉପତ୍ୟକାରେ ସ୍ଥିତି ବର୍ତ୍ତମାନ ଶାନ୍ତିପୂର୍ଣ୍ଣ ଥିଲା ଭଳି ମନେ ହେଉଥିଲା । ଗୋଟିଏ ପଟେ ସରକାର କାଶ୍ମୀର ପଣ୍ଡିତମାନଙ୍କୁ ଥଇଥାନ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବାବେଳେ ବର୍ତ୍ତମାନ ମଧ୍ୟ ଉପତ୍ୟକାରେ ସୁରକ୍ଷିତ ନାହାନ୍ତି କାଶ୍ମୀରୀ ପଣ୍ଡିତ । ତେବେ ଆତଙ୍କବାଦୀମାନେ ପଣ୍ଡିତଙ୍କୁ ଖୋଲାଖୋଲି ଇସ୍ଲାମ ଧର୍ମ ଗ୍ରହଣ କରିବାକୁ ନଚେତ କାସ୍ମୀର ଛାଡି ଚାଲିଯିବାକୁ ଧମକ ଦେଉଛନ୍ତି। ଆତଙ୍କବାଦୀମାନେ ଉପତ୍ୟାକାରେ ବସବାସ କରୁଥିବା ହିନ୍ଦୁଙ୍କୁ ପତ୍ର ଲେଖି ଏପରି ଧମକ ଦେଉଥିଲେ ବି ସେଥିପ୍ରତି ଏବେ କାହାର ନଜର ନାହିଁ। କୁହାଯାଉଛି ଏପରି ଧମକପୂର୍ଣ୍ଣ ପତ୍ର କାଶ୍ମୀରରେ ନିଷିଦ୍ଧ ସଙ୍ଗଠନ ଲସ୍କର-ଏ-ଇସ୍ଲାମ ଲେଖୁଛି। ବାରାମୂଲାରେ ରହୁଥିବା କାଶ୍ମୀର ବ୍ରାହ୍ଣଣ ପରିବାର ମୁଖ୍ୟ ବିଜୟ ରୈନାଙ୍କୁ ଏହି ଭଳି ଏକ ପତ୍ର ମିଳିଛି। ଏଥିରେ ତାଙ୍କୁ ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରକ୍ଷା କରିପାରିବେ ନା ଗୃହମନ୍ତ୍ରୀ ଅମିତ ଶାହ ପିଠିରେ ପଡିବେ। କିଛି ହେବା ପୂର୍ବରୁ ଇସ୍ଲାମ ଗ୍ରହଣ କର ନଚେତ ଉପତ୍ୟାକା ଛାଡି ପଳାଅ ବୋଲି ପତ୍ରରେ ଧମକ ଦିଆଯାଇଛି।

କେବଳ ବିଜୟ ରେନା ନୁହନ୍ତି ନିକଟରେ ଥିବା ବୀରଭନ କଲୋନୀର ଲୋକଙ୍କୁ ମଧ୍ୟ ଏପରି ପତ୍ର ସବୁ ମିଳିଛି। ଉଲ୍ଲେଖ ଯୋଗ୍ୟ ଯେ ଏହି କଲୋନୀରେ ପ୍ରଧାନମନ୍ତ୍ରୀ ପ୍ୟାକେଜ୍ରେ କାଶ୍ମୀର ଉପତ୍ୟାକାରେ ଚାକିରୀବାକିରୀ କରୁଥିବା କାଶ୍ମୀର ପଣ୍ଡିତ ଓ ସେମାନଙ୍କ ପରିବାର ବସବାସ କରୁଛନ୍ତି। ତେବେ ଲସ୍କର-ଏ-ଇସ୍ଲାମର ଏପରି ଧମକପୂର୍ଣ୍ଣ ପତ୍ରରେ ଏବେ ଲୋକେ ଡରିବାର ନୁହନ୍ତି। କାରଣ କାଶ୍ମୀର ଉପରେ କାଶ୍ମୀର ପଣ୍ଡିତଙ୍କର ସେତିକି ହକ୍ ଅଛି ଯେତିକି ଅନ୍ୟ ସମୂଦାୟର ଲୋକଙ୍କର ରହିଛି। ପଣ୍ଡିତ ହୁଅନ୍ତୁ କି ସାଧାରଣ ଲୋକେ ସମସ୍ତେ ଉପତ୍ୟାକାରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ଚାହାନ୍ତି। ସମସ୍ତେ ଏବେ କାଶ୍ମୀରର ବିକାଶ ଚାହୁଁଛନ୍ତି। ଆତଙ୍କବାଦ ପ୍ରତି ସମସ୍ତଙ୍କର ବିତୃଷ୍ଣା ଆସି ସାରିଲାଣି। ଏଥିରେ ଡରେଇବା ଧମକେଇବା କିଛି ଲୋକେ ଓ ସଙ୍ଗଠନଙ୍କ ଅଭ୍ୟାସରେ ପଡି ଯାଇଥିବା ରୈନା କହିଛନ୍ତି। ତେବେ ପତ୍ରର ନକଲ କାଶ୍ମୀର ଉପରାଜ୍ୟପାଳଙ୍କ ନିକଟକୁ ପଠାଇ କାଶ୍ମୀର ପଣ୍ଡିତମାନେ ଦୃଢ କାର‌୍ୟ୍ୟାନୁଷ୍ଠାନ ଦାବି କରିଥିବା ଜଣାପଡିଛି। ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts