‘ମୋତେ ଭୋଟ ନଦେଲେ, ମୁଁ ଆପଣଙ୍କ କୌଣସି କାମ କରିବିନାହିଁ’; ମୁସଲିମ ଭୋଟରଙ୍କୁ କହିଲେ କର୍ଣ୍ଣାଟକ ବିଜେପି ବିଧାୟକ

ଭୁବନେଶ୍ୱର, ୧୨/୧୨(ସତ୍ୟପାଠ ବ୍ୟୁରୋ): ମୁସଲମାନ ଭୋଟରଙ୍କୁ ବିଜେପି ବିଧାୟକଙ୍କ ଧମକ । ଯଦି ମୋତେ ଭୋଟ ନଦିଅନ୍ତି, ତେବେ ମୁଁ ଆପଣମାନଙ୍କ କାମ କରିବି ନାହିଁ ବୋଲି କହିଲେ କର୍ଣ୍ଣାଟକ ବିଧାୟକ ପ୍ରିଥମ ଗୌଡ ।ଖାଲି ଏତିକି ନୁହଁ, ସେ ଆହୁରି କହିଛନ୍ତି ଯେ, ଯଦି ମୁଁ କାମ କରିଛି କିନ୍ତୁ ଆପଣ ମାନେ ମୋତେ ସାହାଯ୍ୟ ନକରନ୍ତି ତେବେ ମୋର ସାହାଯ୍ୟ ବୃଥା ବୋଲି କହିଛନ୍ତି ବିଧାୟକ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ ଭିଡିଓଟି ଏତେ ସ୍ପଷ୍ଟ ଭାବେ ଦୃଶ୍ୟ ମାନ ହେଉନଥିବା ବେଳେ ଭିଡିଓରେ ବିଜେପି ବିଧାୟକ ପ୍ରିଥମ ଗୌଡ ଥିବା କୁହାଯାଉଛି ।

ତେବେ ଏହି ଭିଡିଓରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ମୁସଲମାନ ଭାଇମାନଙ୍କୁ ମୋର ନିଜ ଭାଇ ପରି ଦେଖିଛି । ଭବିଷ୍ୟତରେ ମଧ୍ୟ ଏପରି ହିଁ କରିବି। ଯଦି ମୁଁ ଏହି କାମ କରିଛି କିନ୍ତୁ ଆପଣ ମାନେ ମୋତେ ସାହାଯ୍ୟ ନକରନ୍ତି, ତେବେ ମୁଁ ଭାବିବି ଆପଣମାନଙ୍କୁ ସାହାଯ୍ୟ କରିବାରେ କୌଣସି ଲାଭ ନାହିଁ । ଏହା ଆପଣଙ୍କ ଦାୟିତ୍ବ ଯେ ମୁଁ ଯେମିତି ଏପରି ନିଷ୍ପତ୍ତି ନିଅନ୍ତୁ। ଗତ ତିନୋଟି ନିର୍ବାଚନରେ ଆପଣ ମାନେ ମୋତେ ଭୋଟ ନଦେଇ ଧୋକା ଦେଇଛନ୍ତି, ଆଉ ୬ ମାସ ପରେ ପୁଣି ନିର୍ବାଚନ ହେବାକୁ ଯାଉଛି । ଯଦି ମୋତେ ପୁନର୍ବାର ଧୋକା ଦିଅନ୍ତି, ତେବେ ମୁଁ ଆପଣ ମାନଙ୍କ ପାଇଁ କୌଣସି କାମ କରିବି ନାହିଁ, ଯଦି ମୋ ପାଖକୁ ଆପଣ ମାନେ ଆସିବେ ମୁଁ କଫି ଦେବି ଏବଂ ପଠାଇ ଦେବି । କୌଣସି କାମ କରିବି ନାହିଁ । ପାନୀୟ ଜଳ, ସଡକ ଏବଂ ଡ୍ରେନେଜ କାମ କରିବା ମୋର କର୍ତ୍ତବ୍ୟ, କିନ୍ତୁ ଆପଣଙ୍କ କୌଣସି ବ୍ୟକ୍ତିଗତ କାର୍ଯ୍ୟ ମୁଁ କରିବି ନାହିଁ ବୋଲି ଏହି ଭିଡିଓରେ ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆସନ୍ତା ବର୍ଷ ବିଜେପି ଶାସିତ ରାଜ୍ୟ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ଏଠାରେ ରାଜନୈତିକ ମହୋଲ୍ ସରଗରମ ହୋଇଥିବାବେଳେ ସମସ୍ତ ରାଜନୈତିକ ଦଳ ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।

Related Posts