‘ଯଦି ସ୍ପଷ୍ଟ ଭାବେ ଦେଖିବାକୁ ଚାହୁଁଛନ୍ତି ତେବେ ଚଷମାର ସାହାଯ୍ୟ ନିଅନ୍ତୁ’; ସ୍ମୃତି ଇରାନିଙ୍କୁ ଜୟରାମ ରମେଶଙ୍କ କଟାକ୍ଷ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରେ ) କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ କରିଥିବା ଅଭିଯୋଗର ସତ୍ୟତା ସାମ୍ନାକୁ ଆଣିବାକୁ ଯାଇ କଂଗ୍ରେସ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି। ଗତ ସପ୍ତାହରେ କନ୍ୟାକୁମାରୀରେ କଂଗ୍ରେସର ‘ଭାରତ ଯୋଡ଼ ଯାତ୍ରା’ ଆରମ୍ଭ କରିବା ସମୟରେ ସ୍ୱାମୀ ବିବେକାନନ୍ଦଙ୍କୁ ଅଣଦେଖା କରିଥିବା ନେଇ ରାହୁଲଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ ସ୍ମୃତି ଇରାନୀ। ଏହାପରେ କଂଗ୍ରେସ କନ୍ୟାକୁମାରୀରେ ରାହୁଲ ଗାନ୍ଧୀ ବିବେକାନନ୍ଦଙ୍କ ପ୍ରତି ମୃର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସମୟର ଏକ ଭିଡିଓ ଜାରି କରିଛି। ଏହାସହ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମିଛ କହୁଥିବା ଦଳ ପକ୍ଷରୁ କୁହାଯାଇଛି। ଅନେକ କଂଗ୍ରେସ ନେତା ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ସ୍ମୃତି ଇରାନୀଙ୍କୁ ଟାର୍ଗେଟ କରିଛନ୍ତି। ସ୍ମୃତି ଇରାନୀଙ୍କ ବୟାନ ଉପରେ କଡ଼ ପ୍ରତିକ୍ରିୟା ରଖି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ବିଜେପି ମିଛ ପ୍ରଚାର କରିବା ଉପରେ ବିଶ୍ୱାସ କରେ। ଯଦି ସ୍ମୃତି ଇରାନୀ ଭିଡିଓ ଟିକୁ ସ୍ପଷ୍ଟ ଭାବେ ଦେଖିବାକୁ ଚାହୁଁଛନ୍ତି ତେବେ ଚଷମାର ସାହାଯ୍ୟ ନିଅନ୍ତୁ।ସେହିଭଳି ଏନେଇ କଂଗ୍ରେସ ନେତା ପୱନ ଖେରା ଟ୍ୱିଟ୍ କରି କହିଛନ୍ତି ଯେ, ‘ଏହା କେଉଁଭଳି ମୁର୍ଖତାପୂର୍ଣ୍ଣ କଥା। ଭଗବାନ ମୁର୍ଖ ଆତ୍ମାଙ୍କୁ ଶାନ୍ତି ଦିଅନ୍ତୁ।’


ସୂଚନା ଅନୁଶାରେ, ସ୍ମୃତି ଇରାନୀ କହିଥିଲେ ଯେ, ‘ଆଜି ମୁଁ କଂଗ୍ରେସ ଦଳକୁ ପ୍ରଶ୍ନ କରୁଛି, ଯଦି କଂଗ୍ରେସ ଭାରତକୁ ଅକାଠି କରିବା ପାଇଁ କନ୍ୟାକୁମାରୀରୁ ଯାତ୍ରା ଆରମ୍ଭ କରୁଛି, ତେବେ କାହିଁକି ସ୍ୱାମୀ ବିବେକାନନ୍ଦଙ୍କୁ ଏପରି ଅଣଦେଖା କରୁଛି। ସେ ଆହୁରି କହିଥିଲେ ଯେ, ଏମତି ଲାଗୁଛି ଯେମିତି ରାହୁଲ ଗାନ୍ଧୀ ବିବେକାନନ୍ଦଙ୍କୁ ସମ୍ମାନ ଦେବାକୁ ଉଚିତ ମନେ କରୁନାହାନ୍ତି।’

Related Posts