ହିଂସା ଉଦ୍ରେକକାରୀ ଭାଷଣ ଅଭିଯୋଗରେ ଗିରଫ ଜିତେନ୍ଦ୍ର ତ୍ୟାଗୀଙ୍କୁ ମିଳିଲା ସର୍ତ୍ତମୁଳକ ଜାମିନ

ନୂଆଦିଲ୍ଲୀ: ହିଂସା ଉଦ୍ରେକକାରୀ ଭାଷଣ ଅଭିଯୋଗରେ ଗିରଫ ଜିତେନ୍ଦ୍ର ତ୍ୟାଗୀଙ୍କୁ ମିଳିଲା ସର୍ତ୍ତମୁଳକ ଜାମିନ । ହରିଦ୍ୱାର ଜେଲ୍‌ରେ ବନ୍ଦୀ ଥିବା ପୂର୍ବତନ ଶିଆ ୱାକଅଫ୍ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ୱାସୀମ ରିଜୱୀ ଉରଫ ଜିତେନ୍ଦ୍ର ତ୍ୟାଗୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ସୋମବାର ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ତାଙ୍କୁ ସର୍ତ୍ତମୁଳକ ଜାମିନ ଦେଇଛନ୍ତି।

ଆଜି ଜଷ୍ଟିସ ଅଜୟ ରସ୍ତୋଗୀ ଓ ଜଷ୍ଟିସ୍ ବିବି ନାଗରାଥନାଙ୍କ ଖଣ୍ଡପୀଠ ମାମଲାରେ ଶୁଣାଣି କରିଛନ୍ତି। ଶୁଣାଣି ବେଳେ ଘଟଣାର ସହ ଅଭିଯୁକ୍ତଙ୍କୁ ପୂର୍ବରୁ ଜାମିନ ଦିଆଯାଇସାରିଥିବା କଥା ଉଠଥିଲା। ତା ଛଡ଼ା ମାମଲାରେ ପୁଲିସ ଚାର୍ଜଶିଟ୍ ଦାଖଲ କରିଥିବା ମଧ୍ୟ କୁହାଯାଇଥିଲା। ସବୁ ତର୍କ ଶୁଣି ଶାଣିବା ପରେ ଜିତେନ୍ଦ୍ର ତ୍ୟାଗୀଙ୍କୁ ସର୍ତ୍ତମୁଳକ ଜାମିନ ପ୍ରଦାନ କରିଛନ୍ତି କୋର୍ଟ।

ସୂଚନା ଥାଉକି, ଏହି ମାମଲାରେ ଜିତେନ୍ଦ୍ର ତ୍ୟାଗୀଙ୍କୁ ମେ ୧୭ ତାରିଖରେ ୩ ମାସ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଥିଲା। ହେଲେ ଅଗଷ୍ଟ ୨୯ ତାରିଖରେ ଜାମିନ୍‌ର ଅବଧି ଆଉ ବଢ଼ାଇ ହେବ ନାହିଁ ବୋଲି ସଫା ସଫା ମନା କରିଦେଇଥିଲେ ସୁପ୍ରିମକୋର୍ଟ। ପରେ ସେପ୍ଟେମ୍ବର ୨ ତାରିଖରେ ତ୍ୟାଗୀଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିତେନ୍ଦ୍ର ତ୍ୟାଗୀ ଆତ୍ମସମର୍ପଣ ବି କରିଥିଲେ।

ଆତ୍ମସମର୍ପଣ ପରେ କୋର୍ଟ ନିର୍ଦ୍ଦେଶ ଅନୁସାରେ ତାଙ୍କୁ ଜିଲ୍ଲା ଜେଲ୍‌କୁ ପଠାଇ ଦିଆଯାଇଥିଲା। ଏହାପୂର୍ବରୁ ଜିତେନ୍ଦ୍ର ତ୍ୟାଗୀଙ୍କୁ ସ୍ୱାସ୍ଥ୍ୟଗତ କାରଣରୁ ବି ଜାମିନ ମିଳିସାରିଛି ।

Related Posts