ଏୟାର ଇଣ୍ଡିଆର ସିଇଓ ହେବାକୁ ମନା କଲେ ଇଲକର ଆଇସି

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଟାଟା ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟକାରୀ ହେବା ପାଇଁ ନିଜ ପଟୁ ମନା କରିଦେଇଛନ୍ତି ତୁର୍କୀର ଇଲକର ଆଇସି । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଫେବୃଆରୀ ୧୪ ରେ ତୁର୍କୀ ଏୟାରଲାଇନ୍ସର ପୂର୍ବତନ ମୁଖ୍ୟ ଇଲକର ଆଇସିଙ୍କୁ ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତି ନେଇ ଘୋଷଣା କରିଥିଲେ। ଇଲକର ଆଇସି ଏପ୍ରିଲ୍ ୧, ୨୦୨୨ରୁ ଦାୟିତ୍ୱ ଗ୍ରହଣ କରିବେ ବୋଲି କୁହାଯାଇଥିଲା । ତେବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନର ସହଯୋଗୀ ସ୍ଵଦେଶୀ ଜାଗରଣ ମଞ୍ଚ ଦାବି କରିଥିଲା ଯେ ରାଷ୍ଟ୍ରୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଇଲକର ଆଇସିଙ୍କୁ ନିଯୁକ୍ତି ଦେବା ଉଚିତ ନୁହେଁ । ସରକାର ଏହି ପ୍ରସଙ୍ଗରେ ସମ୍ବେଦନଶୀଳ ହୋଇ ଏହାକୁ ଗୁରୁତର ସହ ନେବା ଉଚିତ । ସେପଟେ ଇଲକର ଆଇସି ଜଣେ ତୁର୍କୀ ବ୍ୟବସାୟୀ । ଆଇସି ୧୯୯୪ ରେ ବର୍ତ୍ତମାନର ତୁର୍କୀ ରାଷ୍ଟ୍ରପତି ରିସେପ୍ ତାଇପ ଏରଡୋଆନଙ୍କ ପରାମର୍ଶଦାତା ଥିଲେ।

ଯେହେତୁ ପାକିସ୍ତାନ ସହିତ ରିସେପ୍ ତାଇପ ଏରଡୋଆନଙ୍କର ଘନିଷ୍ଠ ସମ୍ପର୍କ ରହିଛି ତେଣୁ ପାକିସ୍ତାନ ସହ ସମ୍ପର୍କ ପ୍ରସଙ୍ଗ ଉଠିଥିଲା । ଏହା ପରେ ଭାରତ ସରକାର ଇଲକର ଆଇସିଙ୍କ ପୃଷ୍ଠଭୂମି ଯାଞ୍ଚ କରିବେ ବୋଲି କହିଥିଲେ । ଏସବୁ କାରଣରୁ ସେ ନିଜ ଆଡୁ ଏହି ପଦରୁ ଓହରିଯାଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts