ବେଆଇନ ଗୋଚାଲାଣ ମାମଲା: ୧୦ ଦିନିଆ ସିବିଆଇ ହେପାଜତକୁ ଗଲେ ଟିଏମସି ନେତା ଅନୁବ୍ରତ ମଣ୍ଡଳ

କୋଲକାତା: ବେଆଇନ ଗୋଚାଲାଣ ମାମଲାରେ ଛନ୍ଦି ହୋଇଥିବା ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କ ପାଇଁ ଅଡ଼ୁଆ ବଢିଲା । ଅଧିକ ପଚରାଉଚରା କରିବା ପାଇଁ ୧୦ ଦିନିଆ ସିବିଆଇ ହେପାଜତକୁ ଗଲେ ଟିଏମସି ନେତା ଅନୁବ୍ରତ ମଣ୍ଡଳ ।

ଆଜି ଅନୁବ୍ରତଙ୍କୁ ସିବିଆଇ ଗିରଫ କରିଥିଲା। ଆଜି ତାଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର ପରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଥିଲା। ସେପଟେ ଅଧିକ ତଦନ୍ତ ପାଇଁ ସିବିଆଇ ୧୦ ଦିନିଆ ରିମାଣ୍ଡ ଆବେଦନ କରିଥିଲା। ବୋଲପୁରରୁ ଆଜି ତାଙ୍କୁ ସିବିଆଇ ଗିରଫ କରିଥିଲା। ବାରମ୍ବାର ସମନରୁ ବର୍ତ୍ତିବା ପରେ ଆଜି କେନ୍ଦ୍ରୀୟ ତଦନ୍ତକାରୀ ପଞ୍ଝାରେ ପଡ଼ିଥିଲେ ଅନୁବ୍ରତ ମଣ୍ଡଳ। ଅନୁବ୍ରତ ବୀରଭୂମ ଜିଲ୍ଲା ଟିଏମ୍‌ସି’ ସଭାପତି ଅଛନ୍ତି । ଅନୁବ୍ରତ ମଣ୍ଡଳଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯାଇଛି। ଏହା ପୂର୍ବରୁ ଅନୁବ୍ରତ ମଣ୍ଡଳ ୧୦ ଥର ସିବିଆଇ ସମନକୁ ଏଡ଼ାଇ ଥିଲେ। ସେଥିପାଇଁ ସିବିଆଇକୁ ଅଦାଲତର ଆଶ୍ରୟ ନେବାକୁ ପଡ଼ିଥିଲା।

ଗିରଫ ପୂର୍ବରୁ ଶେଷ ସମନ୍‌ରେ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ହାଜର ହୋଇ ନଥିଲେ। ବେଆଇନ ଗୋଚଲାଣ ନେଇ ୨୦୨୦ରେ ସିବିଆଇ ଅନୁବ୍ରତଙ୍କ ନାମରେ ମାମଲା ରୁଜୁ କରଥିଲା। ସିବିଆଇ କହିବା ଅନୁସାରେ, ୨୦୧୫ରୁ ୨୦୧୭ ମଧ୍ୟରେ ସୀମାପାର ଗୋ ଚାଲାଣ ହେଉଥିବା ବେଳେ ବିଏସଏଫ ୨୦,୦୦୦ରୁ ଅଧିକ ଗୋରୁ ଜବତ କରିଥିଲା ଏଥିରେ ଅନୁବ୍ରତ ମଣ୍ଡଳ ସମ୍ପୃକ୍ତ ଥିଲେ।

ନିକଟରେ ଅନୁବ୍ରତ ମେଡିକାଲ ଚେକଅପ ନାମରେ କୋଲକାତାର ଏକ ହସପିଟାଲରେ ଭର୍ତ୍ତି ହୋଇଥିଏ। ହେଲେ ମେଡିକାଲର ଏକ ଟିମ୍‌ ଅନୁମଣ୍ଡଳଙ୍କ ଚିକିତ୍ସା ଆବଶ୍ୟକ ନଥିବା ରିପୋର୍ଟ ଦେଇଥିଲେ। ସେଠାରେ ଅନୁମଣ୍ଡଳଙ୍କୁ ଦେଖି ଳୋକେ ଚୋର-ଚୋର କହି ଚିଲାଇଥିଲେ। ହିସପିଟଲାରୁ ବାହାରିବା ପରେ ଆଜି ତାଙ୍କୁ ସିବିଆଇ ଗିରଫ କରିଥିବା ଜଣାପଡ଼ିଛି ।

Related Posts