ଅଗଷ୍ଟ ୧୬ରେ ବିହାରର କ୍ୟାବିନେଟ ସମ୍ପ୍ରସାରଣ !, ୨୪ରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବେ ନୀତିଶ କୁମାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରର ନୂଆ ମେଣ୍ଟ ସରକାର ଗଠନ ହୋଇଛି। ତେବେ ଏହି ସରକାରର କ୍ୟାବିନେଟରେ ବର୍ତ୍ତମାନ କେବଳ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପ ମୁଖ୍ୟମନ୍ତ୍ରୀ ତେଜସ୍ଵୀ ଯାଦବ ଅଛନ୍ତି। ସେପଟେ ବିହାରର କ୍ୟାବିନେଟ ସମ୍ପ୍ରସାରଣ ନେଇ ଗୁରୁବାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିହାରର କ୍ୟାବିନେଟର ସମ୍ପ୍ରସାରଣ ଅଗଷ୍ଟ ୧୬ରେ ହୋଇପାରେ ବୋଲି ଏକ ସୂତ୍ରରୁ ସୂଚନା ମିଳିଛି। ଅନ୍ୟପଟେ ଅଗଷ୍ଟ ୨୪ରେ ବିହାର ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଏଥିପାଇଁ ଅଗଷ୍ଟ ୨୪ ଓ ୨୫ ତାରିଖ ଦୁଇଦିନ ପାଇଁ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ଡକାଯାଇଛି। ହେଲେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା ପୂର୍ବରୁ ବିହାରରେ କ୍ୟାବିନେଟର ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ନୀତୀଶ କୁମାରଙ୍କ ସରକାରରେ ବର୍ତ୍ତମାନ ୭ଟି ଦଳ ସାମିଲ ଅଛନ୍ତି। ମଙ୍ଗଳବାର ଏହି ୭ଟି ଦଳର ୧୬୪ଜଣ ବିଧାୟକଙ୍କ ସମର୍ଥନ ଥିବା ନେଇ ନୀତୀଶ କୁମାର ଏକ ଚିଠି ରାଜ୍ୟପାଳଙ୍କୁ ହସ୍ତାନ୍ତର କରିଥିଲେ। ଏଥିସହ ସରକାର ଗଠନ ପାଇଁ ଦାବି କରିଥିଲେ। କ୍ୟାବିନେଟର ଚିତ୍ର କ’ଣ ହେବ, ଏହା ଭବିଷ୍ୟତରେ ଜଣାପଡିବ, କିନ୍ତୁ ଏହାପୂର୍ବରୁ ସହଯୋଗୀମାନେ ସେମାନଙ୍କର ଦାବି ଉପସ୍ଥାପନ କରିଛନ୍ତି। ଅତିକମ୍‌ରେ ୪ଟି ମନ୍ତ୍ରଣାଳୟ ଦିଆଯାଉ ବୋଲି କଂଗ୍ରେସ ଦାବି କରିଛି।

Related Posts