ମୁଁ ତେନ୍ଦୁଲକର ନୁହେଁ, ଜିତିବାକୁ ହେଲେ ସମସ୍ତଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ: ସିଜେଆଇ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତର ପ୍ରଧାନ ବିଚାରପତି ଏନ.ଭି ରାମନା ଏକ କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ନ୍ୟାୟପାଳିକାରେ ନିଯୁକ୍ତିକୁ ନେଇ କେମିତି ମିଳି ମିଶି କାମ କରାଯାଇ ପାରିବ ଏହାର ଉଦାହରଣ ଦେବାକୁ ଯାଇ କ୍ରିକେଟ୍ ର ଉଦାହରଣ ଦେଇଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ପରି ବିଭିନ୍ନ ହାଇକୋର୍ଟରେ ନିଯୁକ୍ତି ପାଇଁ ବିଚାରପତିଙ୍କ ନାମ ମଧ୍ୟ ସମାନ ଗତିରେ ଅନୁମୋଦନ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଜଷ୍ଟିସ ଏନଭି ରାମଣା କହିଛନ୍ତି, ତୁମେ ସମସ୍ତେ ନିଯୁକ୍ତି ପାଇଁ  ମୋତେ ଶ୍ରେୟ ଦେଇଛ। କିନ୍ତୁ ଏହା ଶ୍ରେୟ ମୋର ନୁହେଁ। କାରଣ ମୁଁ ସଚିନ୍ ତେନ୍ଦୁଲକର ନୁହେଁ। ପୁରା ଦଳକୁ ଏକାଠି କାମ କରିବାକୁ ପଡିବ, ସେତେବେଳେ ହିଁ ଆମେ ମ୍ୟାଚ୍ ଜିତି ପାରିବୁ। ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ଏକ ସମାରୋହରେ ଅଭିଭାଷଣ ରଖିଥିବା ବେଳେ ସିଜେଆଇ ରମନା ଏଭଳି ମନ୍ତବ୍ୟ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ସମେତ ସୁପ୍ରିମକୋର୍ଟର ଅନେକ ବିଚାରପତି ଉପସ୍ଥିତ ଥିଲେ। ସୁପ୍ରିମକୋର୍ଟର ମହିଳା ବିଚାରପତି ଏବଂ ଅନ୍ୟ ୬ ଜଣ ବିଚାରପତିଙ୍କ ନିଯୁକ୍ତ ହେବାର କିଛି ଦିନ ପରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲା।

ଶୀର୍ଷ ଅଦାଲତରେ ନିଯୁକ୍ତି ପାଇଁ ନାମ ମଞ୍ଜୁର କରିବା ପାଇଁ ଆଇନ ମନ୍ତ୍ରୀଙ୍କ ବିଷୟରେ ଉଲ୍ଲେଖ କରି ସିଜେଆଇ କହିଛନ୍ତି ଯେ, ସେ ଜେଟ୍ ସ୍ପିଡ୍ ସହିତ ସମସ୍ତ ନଅ ନାମକୁ ଅନୁମୋଦନ କରିଛନ୍ତି। ମୁଁ ଭାବୁଛି ଛଅ ଦିନର ଏକ ରେକର୍ଡ ସମୟ ମଧ୍ୟରେ କୌଣସି ଅଭିଯୋଗ ବିନା ନାମଗୁଡିକ ଦ୍ରୁତ ଗତିରେ ମଞୁର କରାଯାଇଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଚାରପତି ନିଯୁକ୍ତି ପାଇଁ ଏହି ନାମଗୁଡିକ ଅନୁମୋଦନ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ, ଆଇନ ମନ୍ତ୍ରୀ ଏବଂ ଭାରତ ସରକାରଙ୍କୁ ଧନ୍ୟବାଦ ଦେବି। ହାଇକୋର୍ଟରେ ନିଯୁକ୍ତି ପାଇଁ ମୁଁ ସମାନ ସ୍ପିଡ୍ ରେ କାମ କରାଯିବ ବୋଲି ଆଶା କରୁଛି। ଆଗାମୀ ଏକ ମାସରେ, ଆମେ ଆଶା କରୁଛୁ ଯେ ଦେଶରେ ୯୦ ପ୍ରତିଶତ ପଦବୀ (ହାଇକୋର୍ଟରେ) ପୂରଣ ହୋଇଯିବ।

ତେବେ ଏଠାରେ ସୂଚନାଯୋଗ୍ୟ ଯେ ଦେଶର ସମସ୍ତ ହାଇକୋର୍ଟ ରେ ମୋଟ ୧୦୯୮ ବିଚାରପତିଙ୍କ ପଦବୀ ଥିବା ବେଳେ ବର୍ତ୍ତମାନ ୪୬୫ଟି ସ୍ଥାନ ଖାଲି ଖାଲି ପଡିଛି। ଶୁକ୍ରବାର ସୁପ୍ରିମକୋର୍ଟ କଲେଜିୟମ ୬୮ଟି ନାମ ସୁପାରିସ କରିଛନ୍ତି। ୧୨ଟି ହାଇକୋର୍ଟରେ ବିଚାରପତି ଭାବରେ ନିଯୁକ୍ତି ପାଇଁ କେନ୍ଦ୍ରକୁ ଦିଆଯାଇଥିବା ତାଲିକାରେ ୪୪ ଜଣ ଆଇନଜୀବୀ ରହିଥିବାବେଳେ ୨୪ ଜଣ ନ୍ୟାୟିକ ଅଧିକାରୀ ଅଛନ୍ତି। ମୋଟ ୬୮ ଜଣଙ୍କ ମଧ୍ୟରେ ୧୦ ଜଣ ମହିଳା ଅଛନ୍ତି।

ଆହ୍ଲାବାଦ, ମଧ୍ୟପ୍ରଦେଶ, ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣା, କଲିକତା, ଝାଡଖଣ୍ଡ, ଛତିଶଗଡ, ଗୌହାଟି, କର୍ଣ୍ଣାଟକ, ମାଡ୍ରାସ, କେରଳ ଏବଂ ଜାମ୍ମୁ କାଶ୍ମୀରର ଉଚ୍ଚ ନ୍ୟାୟାଳୟ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନାମ ସୁପାରିଶ କରିଛନ୍ତି।  ଆହ୍ଲାବାଦ ହାଇକୋର୍ଟ ପାଇଁ ସର୍ବାଧିକ ନାମ ସୁପାରିଶ କରାଯାଇଛି। ସର୍ବୋଚ୍ଚ ଅଦାଲତ କଲେଜିୟମ ମିଜୋରାମଙ୍କ ପ୍ରଥମ ମହିଳା ନ୍ୟାୟିକ ଅଧିକାରୀ ମାର୍ଲେ ୱାନକୁଙ୍ଗଙ୍କ ନାମ ଗୌହାଟି ହାଇକୋର୍ଟକୁ ପଦୋନ୍ନତି ପାଇଁ ପଠାଇଛନ୍ତି।

Related Posts