ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିଲା ସମ୍ପର୍କ : ଡ୍ରଗସ୍ ଦେଇ ଟ୍ରେନି ଏୟାର ହୋଷ୍ଟେସ୍ ଙ୍କୁ ବଳାତ୍କାର କରୁଥିଲେ ଇଞ୍ଜିନିୟର ଛାତ୍ର ,ଗିରଫ କଲା ପୋଲିସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଜଣେ ଟ୍ରେନିଂ ଏୟାର ହୋଷ୍ଟେସ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ମାଧ୍ୟମରେ ୨୨ ବର୍ଷିୟ ଯୁବକଙ୍କ ସହ ସମ୍ପର୍କରେ ଆସିଥିଲେ। ସେ ଅଭିଯୋଗ କରିଛନ୍ତି ଯେ ଉକ୍ତ ଯୁବକ ଜଣକ ତାଙ୍କୁ ଡ୍ରଗ୍ ଦେଇ ବଳାତ୍କାର କରିଛନ୍ତି।  ମିଳିଥିବା ସୂଚନା ମୁତାବକ ଅଭିଯୁକ୍ତ ଜଣକ ହେଉଛନ୍ତି ଜଣେ ଇଞ୍ଜିନିୟରିଂ ଛାତ୍ର । ଅଭିଯୁକ୍ତ ଜଣକ ବଳାତ୍କାର କରିଥିବା ସମୟର ଭିଡିଓ ରେକର୍ଡିଂ କରି ବାରମ୍ବାର ତାଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ । ମହିଳା ଜଣଙ୍କ ପୋଲିସରେ ଅଭିଯୋଗ କରିବା ପରେ ଅଜିତ ତ୍ରିବେଦୀ ନାମକ ଜଣେ ଅଭିଯୁକ୍ତଙ୍କୁ ଅହମ୍ମଦାବାଦର ବେଜଲପୁରସ୍ଥିତ ତାଙ୍କ ଘରୁ ପୋଲିସ ଗିରଫ କରିଛି। 

୨୨ ବର୍ଷୀୟ ଅଭିଯୁକ୍ତ ଜଣକ ହେଉଛନ୍ତି ବେଜଲପୁର ଅଞ୍ଚଳର ବାସିନ୍ଦା । ଟ୍ରେନିଂ ଏୟାର ହୋଷ୍ଟେସ୍ ଜଣକ ସାତ ମାସ ପୂର୍ବରୁ ଇନଷ୍ଟାଗ୍ରାମରେ ତ୍ରିବେଦୀଙ୍କ ସହ ସମ୍ପର୍କରେ ଆସିଥିଲେ। ଦୁହେଁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଚାଟ୍ କରିବାବେଳେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଆଗକୁ ବଢିଥିଲା । ପରେ, ଉଭୟ ଫୋନ୍ ନମ୍ବର ସେୟାର କରି ସାକ୍ଷାତ କରିବାର ଯୋଜନା କରିଥିଲେ ।

ଅଭିଯୋଗକାରୀ ଦାବି କରିଛନ୍ତି ଯେ ଚଳିତ ବର୍ଷ ଏପ୍ରିଲରେ ତ୍ରିବେଦୀ ତାଙ୍କୁ ତାଙ୍କ ଘରକୁ ଡାକିଥିଲେ ଏବଂ ସେଠାରେ ତାଙ୍କୁ ଏକ ଥଣ୍ଡା ପାନୀୟ ପିଇବାକୁ ଦେଇଥିଲେ।  ସେ କହିଛନ୍ତି ଯେ ସେ ଥଣ୍ଡା ପାନୀୟ ପିଇବା ପରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ ଏବଂ ଅଭିଯୁକ୍ତ ତାଙ୍କୁ ବଳାତ୍କାର କରିଥିଲା।  ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ବଳାତ୍କାର ସମୟର ଭିଡିଓ ରେକର୍ଡିଂ କରି ତାଙ୍କୁ ବ୍ଲାକମେଲ୍ କରିଥିଲା । ”ଅଭିଯୋଗକାରୀ ଆହୁରି ମଧ୍ୟ କହିଛନ୍ତି ଯେ ଅଭିଯୁକ୍ତ ଜଣକ ତାଙ୍କୁ ମାଡ଼ ମାରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୋଲିସ ତ୍ରିବେଦୀଙ୍କୁ ତାଙ୍କ ଘରୁ ଗିରଫ କରିଥିଲା।

Related Posts